ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ୪ ଦିନରେ ଦ୍ବିତୀୟ ଥର ପାଇଁ ଆଜି ରାଜସ୍ଥାନ ଯାଇଛନ୍ତି ମୋଦି । ରାଜସ୍ଥାନର ଚୁରୁ ନିର୍ବାଚନୀ ମଣ୍ଡଳୀରେ ପ୍ରଚାର କରିଛନ୍ତି ।
ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୋଦି କହିଛନ୍ତି ବର୍ତ୍ତମାନ ଯେଉଁ ସବୁ ବିକାଶ ହୋଇଛି, ତାହା କେବଳ ଟ୍ରେଲର। ପୂରା ଫିଲ୍ମ ବାକି ଅଛି। ଆଖିରେ ଆଖିଏ ସ୍ୱପ୍ନ ରହିଛି। ଦେଶକୁ ବହୁତ ଆଗକୁ ନେବାର ଅଛି। ଚୁରୁ କହି ସାରିଛି ଯେ ୪ ଜୁନ୍ରେ ୪୦୦ ପାର୍ ହେବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଥା ମଧ୍ଯ କହିଛନ୍ତି ସାରା ବିଶ୍ୱ ଯେତେବେଳେ ଭାରତ ଉପରୁ ବିଶ୍ୱାସ ଉଠାଇ ଦେଇଥିଲା, ଆମେ ସେତେବେଳେ ପ୍ରଗତିର ରାସ୍ତାରେ ଆଗେଇ ଚାଲିଲୁ। ଆମର ସାମାଜିକ ଗଠନ ଏପରି ହୋଇଛି ଯେ ଘର, କାର, ଚାଷ ସମେତ ସବୁକିଛି ଜଣେ ବ୍ୟକ୍ତିଙ୍କ ନାମରେ ଅଛି। କିନ୍ତୁ ସରକାର ଦେଇଥିବା ଘର ମହିଳାଙ୍କ ନାମରେ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ରାଜସ୍ଥାନର ବିକାଶ ହେଲେ ଭାରତ ମଧ୍ୟ ବିକାଶ ହେବ।
ଆହୁରି କଂଗ୍ରେସକୁ ମଧ୍ଯ ଟାର୍ଗଟେ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବେ ଦେଶର ଅବସ୍ଥା ଖରାପ ଥିଲା। କଂଗ୍ରେସର ବଡ଼ ବଡ଼ ଦୁର୍ନୀତି ଏବଂ ଲୁଟ୍ ଯୋଗୁଁ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିଲା। କୋଟି କୋଟି ଗରିବ ଲୋକଙ୍କର ମୁଣ୍ଡ ଉପରେ ଛାତ ମଧ୍ୟ ନଥିଲା। ଏବେ କିନ୍ତୁ ଏଥିରେ ପରିବର୍ତ୍ତନ ଆସିଛି।