ଚଳିତ ସାଧାରଣ ନିର୍ବାଚନ ପାଇଁ ବିଜେଡି ଆଜି ତାର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଦଳ ପ୍ରାର୍ଥୀ କରିଛି। ଦୁଇ ଦିନ ତଳେ ଲେଖାଶ୍ରୀ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି।
ସେହିଭଳି ବାଲିଗୁଡା ବିଧାନସଭା ଆସନରୁ ଚକ୍ରମଣୀ କହଁରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ସମ୍ବଲପୁର ବିଧାନସଭା ଆସନ ପାଇଁ ପ୍ରସନ୍ନ ଆଚାର୍ଯ୍ୟ, ରେଢାଖୋଲ ପାଇଁ ରୋହିତ ପୂଜାରୀ, ଲକ୍ଷ୍ମୀପୁର ପାଇଁ ପ୍ରଭୁ ଜାନିଙ୍କୁ ଦଳ ପ୍ରାର୍ଥୀ କରିଛି ।
ସେହିପରିଲ ପାରାଦୀପ ବିଧାନସଭା ଆସନ ପାଇଁ ବିଜେଡି ଏଥର ଦାମୋଦର ରାଉତଙ୍କ ବୋହୂ ଗୀତାଞ୍ଜଳୀ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ନର୍ଲା ପାଇଁ ମନୋରମା ମହାନ୍ତି ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ବିବାଦରେ ରହିଥିବା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପୁଣି ଅନନ୍ତ ଜେନାଙ୍କ ଉପରେ ଭରସା କରି ଟିକେଟ ଦେଇଛି । ତାଳଚେର ବିଧାନସଭା କ୍ଷେତ୍ର ପାଇଁ ବ୍ରଜକିଶୋର ପ୍ରଧାନ ଓ ତେଲକୋଇ ପାଇଁ ମାଧବ ସର୍ଦ୍ଦାରଙ୍କୁ ଦଳ ପ୍ରାର୍ଥୀ କରିଛି ।