ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଂଚାୟତ ଶିଖରଘାଟିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାଖରେ ଥିବା ଏକ ଆମ୍ବ ଗଛ ଡାଳରେ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକ ଓ ଯୁବତୀଙ୍କ ମୃତଦେହ ଦଖିବାକୁ ମିଳିଛି । ମୃତକ ଦୁଇ ଜଣ ସେହି ଗ୍ରାମର ସାଲଖାନ ମାରାଣ୍ଡି ଓ ମୁନି ମୁଖି ବୋଲି ଜଣାପଡିଛି । ତେବେ ଉଭୟ ପ୍ରେମୀଯୁଗଳ ହୋଇଥିବା ବେଳେ ଭିନ୍ନ ଭିନ୍ନ ଜାତିର ତଥା ବୟସ ତାରତମ୍ୟ ଏବଂ ଏକ ବିଫଳ ପ୍ରେମର କରୁଣ ପରିଣତ ବୋଲି ଅନୁମାନ କରାଯାଇଛି । ଏନେଇ ପୋଲିସ ଖବର ପାଇବା ପରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଦୁଇଟରି ବ୍ୟବଚ୍ଛେଦ ପାଇଁ ବାରିପଦା ମେଡିକଲକୁ ପଠାଇଛନ୍ତି । ଏବଂ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛନ୍ତି ।