ମତଦାନକେନ୍ଦ୍ର ବାହାରେ ମୋଦିଙ୍କୁ ରାକ୍ଷୀ ବାନ୍ଧିଲେ ବୃଦ୍ଧ ମହିଳା । ମଙ୍ଗଳବାର ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯାଉଛି । ଦେଶରେ ୧୨ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୯୪ ସିଟ ପାଇଁ ମତଦାନ କରାଯାଉଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମଦାବାଦର ବୁଥକୁ ଯାଇ ମତଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ସେଠାକୁ ଯାଇଥିବାରୁ ସାଧାରଣ ଜନତାଙ୍କ ଭିଡ ଦେଖିବାକୁ ମିଳିଥିଲା । ନରେନ୍ଦ୍ରମୋଦି ମତଦାନ କରିଲା ପରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଜଣେ ବୃଦ୍ଧ ମହିଳା ଆସି ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୂଯାୟୀ,ଗୁଜରାଟ ଅହମଦାବାଦ ସହର ସ୍ଥିତ ନିଶାନ ହାୟର ସେକେଣ୍ଡାରୀ ସ୍କୁଲରେ ମତଦାନ ଦିଆଯାଉଥିଲା ।ସେହି କେନ୍ଦ୍ରକୁ ପ୍ରଧାନମନ୍ତ୍ରୀ ମୋଦି ଭୋଟ ଦେବାକୁ ଆସିଥିଲେ । ସେହିସମୟରେ ଜଣେ ବୟସ୍କା ମହିଳା ଭିଡ ଭିତରୁ ଆସି ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ରକ୍ଷୀ ବାନ୍ଧିଲାପରେ ନରେନ୍ଦ୍ର ମୋଦି ହାତ ଯୋଡି ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ । ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଧାନମନ୍ତ୍ରୀଙ୍କ ଏହି ନମ୍ରତା ଭାବକୁ ସମସ୍ତେ ପ୍ରଶଂସା କରିଛନ୍ତି ।
ଅଧିକ ପଢନ୍ତୁ :ଭୋଟରଙ୍କୁ ମାଗଣା ଯାତ୍ରା ଯୋଗାଇବ ରାପିଡୋ