Home >
ବିଜେପିରୁ ୧୫ ଜଣ ବହିଷ୍କୃତ
Khabar Odisha:politics-odisha-bjp-president-dismisses-15-workers-from-the-party
ଭୁବନେଶ୍ୱର, ଅପ୍ରେଲ ୧୬ (ଖବର ଓଡ଼ିଶା):

ଅନୁଶାସନ ଭଙ୍ଗ ଏବଂ ବିଶୃଙ୍ଖଳିତ କାର୍ଯ୍ୟ କାରଣରୁ ୧୫ ଜଣ ବିଜେପି କର୍ମୀଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅନୁମୋଦନକ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର ଉତର ବିଧାନସଭା କ୍ଷେତ୍ରରୁ ଯୁଗାଂଶୁ ପଣ୍ଡା, ଭୁବନେଶ୍ୱର ଏକାମ୍ର ବିଧାନସଭା କ୍ଷେତ୍ରରୁ ଭୀଷ୍ମ ନାରାୟଣ ନାୟକ, ବୋଲଗଡ - ବେଗୁନିଆ ବିଧାନସଭା କ୍ଷେତ୍ରରୁ ରୁଦ୍ର ନାରାୟଣ ବାହିନୀପତି, ରେଢାଖୋଲ ବିଧାନସଭା କ୍ଷେତ୍ରରୁ ସମର ପ୍ରଧାନ, ଚଂପୁଆ ବିଧାନସଭା କ୍ଷେତ୍ରରୁ ଶ୍ରୀମନ୍ତ କୁମାର ତ୍ରିପାଠୀ, କରଂଜିଆ ବିଧାନସଭା କ୍ଷେତ୍ରରୁ ସମାଇ ଚରଣ ପୁର୍ତି, ବାରବାଟୀ-କଟକ ବିଧାନସଭା କ୍ଷେତ୍ରରୁ ହେମନ୍ତ କୁମାର ବେହେରା, ବାଙ୍ଗିରୀପୋଷି ବିଧାନସଭା କ୍ଷେତ୍ରରୁ ଜିତେନ୍ଦ୍ର ପାତ୍ର, କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରରୁ ଉର୍ମିଳା ସେଠୀ, ରାଜନଗର ବିଧାନସଭା କ୍ଷେତ୍ରରୁ ଅଜୟ କୁମାର ବେହେରା, ଯାଜପୁର ବିଧାନସଭା କ୍ଷେତ୍ରରୁ ପ୍ରଦୀପ କୁମାର ବେହୁରିଆ, ବସ୍ତା ବିଧାନସଭା କ୍ଷେତ୍ରରୁ ଅଜୟ କୁମାର ନାୟକ ଏବଂ ସଚିନ୍ଦ୍ର ଦାସ, ପାଟଣା ବିଧାନସଭା କ୍ଷେତ୍ରରୁ ଅଖିଳ ଚନ୍ଦ୍ର ନାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।

  • Tags:

Subscribe

National International State Sports Entertainment