Home >
ମୁମ୍ୱାଇ ସିଏସଟି ନିକଟରେ ଭୁଶୁଡିଲା ପାଦ ଚଲା ବ୍ରିଜ, ୫ ମୃତ,୩୦ରୁ ଉର୍ଦ୍ଧ୍ଵ ଆହାତ
Khabar Odisha:national-odisha-mumbai-bridge-collapse-live-at-least-23-injured-as-footover-bridge-outside-cst-railway-station
ମୁମ୍ୱାଇ,ମାର୍ଚ୍ଚ୧୪(ଖବର ଓଡ଼ିଶା):

 ମୁମ୍ୱାଇର ସିଏସଏମଟି(ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ) ରେଲୱେ ଷ୍ଟେସନ ନିକଟରେ ଏକ ବଡ ଦୁର୍ଘଟଣା ହୋଇଛି । ବ୍ରିଜ ଭୁଷୁଡିବା ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ଵ ଆହାତ  ଆହାତ ହୋଇଛନ୍ତି । ଗୁରୁତର ମାନଙ୍କୁ ତତ୍କାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛ । ଏହି ଦୁର୍ଘଟଣାରେ 4-5 ଜଣ ଲୋକ ଗୁରୁତର ଭାବେ ଆହତ ଥିବା ପ୍ରଥମିକ ସୂଚନା ମିଳିଛି । 

ପ୍ରଥମିକ ସୂଚନା ଅନୁସାରେ ସିଏସଟି ନିକଟରେ ଏକ ପାଦ ଚଳା ବିଜ୍ର ଭୁଷୁଡିଛି । ଘଟଣାଟି ସନ୍ଧ୍ୟା ପ୍ରାୟ ସାଢେ 7ଟାରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ବ୍ରିଜର 60 ପ୍ରତିଶତ ଅଂଶ ଭାଙ୍ଗି ଭୁଷିଡିଛି । ଏହି ବିଜ୍ର ରେଲୱେ ଷ୍ଟେସନର ପ୍ଲାଟଫର୍ମ ନମ୍ୱର ଏକକୁ ସଂଯୋଗ କରୁଥିଲା । ଘଟଣାସ୍ଥଳରେ ପୋଲିସ ଏବଂ ଆମ୍ୱୁଲନ୍ସ ଗାଡି ପହଞ୍ଚିଛି । ଏହାସହ ମୁମ୍ୱାଇର ସ୍ଥାନୀୟ ପ୍ରଶାସନୀକ ଅଧିକାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱାରନ୍ୱିତ କରୁଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନମଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।. ଦୁର୍ଘଟଣା ସମୟରେ ଅନେକ ଗାଡି ଏବଂ ଲୋକମାନେ ବ୍ରିଜ ତଳ ଦେଇ ଯାଉଥିଲେ । ବ୍ରିଜ ଭଗ୍ନାଂଶ ତଳେ ଅନେକ ଲୋକ ଥିବା ଅଶଂକା କରାଯାଉଛି ।  

Subscribe

National International State Sports Entertainment