ଆଇପିଏଲ୍ ୨୦୨୪ ର ୪୩ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ସହିତ ମୁକାବିଲା କରିବ । ଏହି ସିଜିନର ପ୍ରଥମ ମୁକାବିଲାରେ ମୁମ୍ବାଇ, ପନ୍ତଙ୍କ ଦିଲ୍ଲୀକୁ ୨୯ ରନରେ ପରାସ୍ତ କରିଥିଲା। ତେବେ ଦିଲ୍ଲୀ ନିଜ ଘରୋଇ ମୈଦାନରେ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବା। ଦିଲ୍ଲୀ ନିଜ ଶେଷ ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ପରାସ୍ତ କରିଥିଲା । ଅନ୍ୟପକ୍ଷରେ ମୁମ୍ବାଇ ରାଜସ୍ଥାନ ଠାରୁ ୯ ୱିକେଟ୍ ରେ ପରାସ୍ତ ହୋଇଥିଲା ।
ତେବେ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଆଜିର ମ୍ୟାଚ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଆଇପିଏଲ ୨୦୨୪ ରେ, ଦିଲ୍ଲୀର ଏହି ଗ୍ରାଉଣ୍ଡରେ ଅନେକ ଚୌକା ଏବଂ ଛକ୍କା ଦେଖିବାକୁ ମିଳିଛି । ଦିଲ୍ଲୀ ଏବଂ ଗୁଜୁରାଟ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚରେ ୪୦ ଓଭରରେ ମୋଟ ୪୪୪ ରନ ଦେଖିବାକୁ ମିଳିଥିଲା। ଦିଲ୍ଲୀ ଦେଇଥିବା ୨୨୫ ରନର ଲକ୍ଷ୍ୟକୁ ଚେଜ କରି ଗୁଜୁରାଟ ମାତ୍ର ୪ ରନରେ ପରାସ୍ତ ହୋଇଥିଲା।
ଆଇପିଏଲରେ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ମୋଟ ୮୬ ଟି ମ୍ୟାଚ ଖେଳାଯାଇଛି। ଏଥିମଧ୍ୟରୁ ୩୯ ଟି ମ୍ୟାଚ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି। ଏଥି ସହିତ ୪୬ ଟି ମ୍ୟାଚରେ ଚେଜ କରୁଥିବା ଦଳ ବିଜୟ ହାସଲ କରିଛି। ଏହାର ଅର୍ଥ ଏହି ଗ୍ରାଉଣ୍ଡରେ ଚେଜ କରିବା ଅଧିକ ଲାଭଦାୟକ ହୋଇଥାଏ ।
ଦିଲ୍ଲୀ କ୍ୟାପିଟାଲ୍ସ ବୋଲରଙ୍କ ପ୍ରଦର୍ଶନ ଆଇପିଏଲ ୨୦୨୪ ରେ ଅତ୍ୟନ୍ତ ନିରାଶଜନକ ରହିଛି । ଦିଲ୍ଲୀର ଦ୍ରୁତ ବୋଲର ପ୍ରତ୍ୟେକ ମ୍ୟାଚରେ ଅଧିକ ରନ ଦେଉଥିବାରୁ ଏହା ଦିଲ୍ଲୀ ପାଇଁ ଚିନ୍ତାର ବିଷୟ ପାଲଟିଛି । କୁଲଦୀପ ଯାଦବ ଭଲ ବୋଲିଂ କରୁଥିଲେ ମଧ୍ୟ ଅନ୍ୟ ବୋଲରଙ୍କ ପାଖରୁ ସମର୍ଥନ ମିଳିପାରୁନାହିଁ।
ଅଧିକ ପଢନ୍ତୁ : ଶଶାଙ୍କ ଏବଂ ବେରଷ୍ଟୋ ବନାଇଲେ ବଡ ରେକର୍ଡ