କୋରପୁଟ ଜିଲ୍ଲା ଜୟପୁର ପୁରୁଣା ମେଡିକାଲ ଛକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଭିତରୁ ଅଧାପୋଡା ଅବସ୍ଥାରେ ଜଣେ ଚା ଦୋକାନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ତାମ୍ବି ଆୟାର ବୋଲି ଜଣାପଡିଛି । ସୂଚନା ଅନୁସାରେ ତାମ୍ବି ତାୟାର ଜୟପୁର ପୁରୁଣା ଛକରେ ଏକ ଚା ଦୋକାନ କରିଥିଲେ । କିନ୍ତୁ ପ୍ରାୟ ଏକ ସପ୍ତାହ ଧରି ତାଙ୍କ ଚା ଦୋକାନ ବନ୍ଦ ଥିବାବେଳେ ତାମ୍ବିଙ୍କର ଦେଖା ମିଳୁନଥିଲା । ତେବେ ଗତକାଲି ତମ୍ବୁ ରହୁଥିବା ପାର୍କ ଲାଇନ ସ୍ଥିତ ସାତ ଭଉଣୀ ମନ୍ଦିରର ଏକ ଗଳି ଘରୁ ଦୁର୍ଗନ୍ଧ ବାହାରିଥିଲା । ଏନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଲା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି କବାଟ ତାଡି ତାମ୍ବିଙ୍କ ମୃତ ଦେହ ଉଦ୍ଧାର କରିଥିଲା । ତେବେ ତାମ୍ବିଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଅଧିକ ତଦନ୍ତ ଆରମ୍ଭ କରିଛି ।