ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଯେଉଁ ଭଳି ପରିସ୍ଥିତିରେ ଗିରଫ କରାଗଲା ସେ ସମ୍ପର୍କରେ ଆମେରିକା ପକ୍ଷରୁ ମନ୍ତବ୍ୟ ଦିଆଯାଇଥିବା ବେଳେ ପୁଣିଥରେ ଭାରତର ଆଭ୍ୟନ୍ତରୀଣ ମାମଲାରେ ଆମେରିକାର ହସ୍ତକ୍ଷେପ ନେଇ ଭାରତ ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ନିକଟରେ ନିର୍ବାଚନ ସମୟରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଜାରି କରିବା ନେଇ ଆମେରିକା ପକ୍ଷରୁ ମନ୍ତବ୍ୟ ପ୍ରକାଶ ପାଇଥିଲା। ତେବେ ଏ ଘଟଣାକୁ ନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଉଭୟ ଦେଶର ରାଷ୍ଟ୍ରଦୂତଙ୍କୁ ଡକାଇ ଅସନ୍ତୋଷ ପ୍ରକାଶ କରିବା ସହ ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ଯେ, ନିକଟରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଥିବା ବେଳେ ଏହି ପ୍ରସଙ୍ଗରେ ଆମେରିକା ଟିପ୍ପଣୀ ଦେଇଥିବାରୁ ଆମେରିକାର କୂଟନୀତିଜ୍ଞଙ୍କୁ ଡରାଇ ଭାରତ ତାଗିଦ କରିଥିଲା। ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖ୍ୟ ମାଥ୍ୟୁ ମିଲର କେଜ୍ରିଓ୍ବାଲଙ୍କ ଗିରଫଦାରୀ ସମ୍ପର୍କରେ ଦେଶ ନ୍ୟାୟପୂର୍ଣ୍ଣ ତଥା ସ୍ୱଚ୍ଛ ଆଇନଗତ ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ପୁଣିଥରେ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଅଚଳକୁ ନେଇ ବିବୃତ୍ତି ଦେଇଛି।
ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ହେଉଥିବା ବେଳେ ବୁଧବାର ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମାଥ୍ୟୁ ମିଲରଙ୍କୁ ଭାରତ ବିଷୟରେ ପ୍ରଶ୍ନ ପଚରାଯାଇଥିଲା ।
ଅଧିକ ପଢନ୍ତୁ: ବିଶାଳ ଶୋଭାଯାତ୍ରାରେ ପ୍ରଧାନ ଶିକ୍ଷକଙ୍କ ବିଦାୟ କାଳୀନ ସଭା