ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢୁଥିବାବେଳେ କାଳବୈଶାଖୀ ତାଣ୍ଡବ ରଚୁଛି । ଦିନରେ ଖରା ଓ ସନ୍ଧ୍ୟାରେ କାଳବୈଶାଖୀର ପ୍ରଭାବ ଲୋକଙ୍କ ଜୀବନକୁ ହନ୍ତସନ୍ତ କରିଦେଉଛି । କାଳବୈଶାଖୀ ପ୍ରଭାବରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତର ଗୋଟେ ଗ୍ରାମରେ ତିନୋଟି ପରିବାର ଲୋକଙ୍କ ଘର ଭାଙ୍ଗି ଯାଇଛି ବୋଲି ସୂଚନା ମିଳିଛି । ଯାହାଫଳରେ ପରିବାର ଲୋକ ରାତିରେ ଅନ୍ୟ ଜଣଙ୍କ ଘରେ ରହିଥିଲେ । କାଳବୈଶାଖୀ ପ୍ରଭାବରେ ଯେଉଁ ବର୍ଷା ଓ ପବନ ହେଉଛି ତାହା ଦ୍ୱାରା କେତେକ ଗଛ ଭାଙ୍ଗିବା ସହିତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପ୍ରବଳ ବେଗରେ ପବନ ହେବା ଦ୍ୱାରା ବିଦ୍ୟୁତ୍ ଖୁଣ୍ଟ ଉପୁଡି ବିଭିନ୍ନ ସ୍ଥାନରେ ଯୋଗାଯୋଗ ମଧ୍ୟ ବିଛିନ୍ନ ହୋଇଛି ।