ଦାଦନ ଯାଇ ଶବ ହୋଇ ଫେରିଲା ପୁଅ । କାନ୍ଦ ବୋବାଳୀରେ ଫାଟି ଉଠୁଛି ସାରା ଅଞ୍ଚଳ । ଗୁଜୁରାଣ ମେଣ୍ଟାଇବା ପାଇଁ ଦାଦନ ଖଟିବାକୁ ଯାଇଥିଲା ପୁଅ । କିନ୍ତୁ କିଏ ଜାଣିଥିଲା ଘରକୁ ଫେରିଲା ବେଳକୁ ଶବ ହୋଇ ଫେରିବ ବୋଲି। ଏହି ଦୃଶ୍ୟ ଦେଖି କାହା ଆଖିରେ ଲୁହ ରହୁନି । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଠେଲକୋଛାପର ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେଲେଙ୍ଗାନାରୁ ଫେରିଛି ଭେଣ୍ଡିଆ ପୁଅର ମୃତଦେହ l
ସୂଚନା ମୁତାବକ ଠେଲକୋଛାପର ଗାଁ ର ବିଦେଶୀ ଦୀପ ଇଟା ଗଢିବା ପାଇଁ ସୁଦୂର ତେଲେଙ୍ଗାନାର ପଇଦାପଲ୍ଲୀ କୁ ପରିବାରର ୧୦ ଜଣ ସଦସ୍ୟ ବେଲପଡା ଅଞ୍ଚଳର ଜଣେ ଦାଦନ ସର୍ଦାର ଙ୍କ ସହିତ ବିବିଆଇ ଇଟାଭାଟି କୁ ଇଟାଗଢି ଯାଇଥିଲେ l ଅତ୍ୟଧିକ କାମ ହେତୁ ଗୋଟିଏ ଓଳି କେବଳ ଖାଇବା ହେତୁ ଇଟାଭାଟିରେ ବହୁତ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହେଉଥିବା ବେଳେ ବିଦେଶୀ ମଧ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ l ଇଟାଭାଟି ମାଲିକ ଉପଯୁକ୍ତ ଚିକିତ୍ସା ନକରାଇ ଅଧିକ ଗୁରୁତର ହେଲାପରେ ଡାକ୍ତରଖାନା ନେବା ରାସ୍ତାରେ ବିଦେଶୀଙ୍କ ମୃତ୍ୟୁ ଘଟିଥିଲା l
ବିଦେଶୀଙ୍କ ମୃତ୍ୟୁ ପରେ ସେହିଠାରେ ଶବସତ୍କାର କରିଦେଇପୁଣି କାମକରିବା ପାଇଁ ବାଧ୍ୟ୍ୟ କରୁଥିଲା ମାଲିକ l ଖବର ପାଇ ବିଶ୍ଵାମାନବ ଅଧିକାର କର୍ମୀ ଜନସନ ନାଗଙ୍କ ହସ୍ତକ୍ଷେପ ପରେ ବିଦେଶୀ ଙ୍କ ମୃତ ଦେହ ସହିତ ତାଙ୍କ ସ୍ତ୍ରୀ ଓ ବଡଭାଇଙ୍କୁ ପଠାଇ ଦେଇ ସମସ୍ତଙ୍କୁ ବନ୍ଧକ ରଖିଛି ଇଟାଭାଟି ମାଲିକ l ମୃତଦେହ ଗାଁ କୁ ଫେରିଲା ପରେ ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି, ଭେଣ୍ଡିଆ ପୁଅକୁ ହରାଇ ପରିବାରରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପ୍ରଶାସନ ଗରିବ ପରିବାରର ସହାୟତା ପାଇଁ କଣ ପଦକ୍ଷେପ ନେଉଛି ତାହା ଉପରେ ଆଶା ରଖିଛନ୍ତି ଅଞ୍ଚଳବାସି ।
ଅଧିକ ପଢନ୍ତୁ :ଭାଲୁ-ଆକ୍ରମଣରେ-ଜଣେ-ମୃତ