ଆମେ ପ୍ରତେକ ଦିନ ଦେଖୁଛି ହାତୀ ପାଇଁ ଜୀବନ ଯାଉଛି ତ କୋତେବେଳେ ବାଘ ପାଇଁ ଯାଉଛି । ଆମେ ପ୍ରତିଦିନ ଦେଖୁଛେ କାହା ନା କାହା ପାଇଁ ଜୀବନ ଯାଉଛି । ତେବେ ଏହି ପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଳା ରେଢ଼ାଖୋଲ ବନଖଣ୍ଡ ବଡବାହାଲ ରେଞ୍ଜ ଟାଲଗାଁରେ । ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ ଘଟିଛି । ମୃତ ବୃଦ୍ଧ ଜଣଙ୍କ ହେଲେ ଅଭିମନ୍ୟୁ ସେଠୀ।
ଆଜି ସକାଳେ ଅଭିମନ୍ୟୁ ଘର ନିକଟ ଜଙ୍ଗଲକୁ ଯାଇଥିଲେ। ସେଠାରେ ତାଙ୍କୁ ଭାଲୁ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲା। ଅଭିମନ୍ୟୁ ଜୀବନ ବିକଳେ ଭାଲୁ କବଳରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ଚିତ୍କାର କରି ଭାଲୁ କବଳରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀଙ୍କୁ ଡାକିଥିଲେ। ଗ୍ରାମବାସୀ ତାଙ୍କ ଡାକ ଶୁଣି ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିମନ୍ୟୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ ଘଟଣାର ତଦନ୍ତ କରୁଛି।
ଅଧିକା ପଢନ୍ତୁ : କୋଟାରେ ଜୀବନ ହାରିଲେ ଛାତ୍ର