କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଆଙ୍ଗୁଲାଇ ବଜାରରେ ଫଳ ଦୋକାନ ଭିତରକୁ ମାଡ଼ିଗଲା ଫ୍ଲାଇଂ ସ୍କ୍ୱାର୍ଡ ଗାଡ଼ି। ତେବେ ଏହି ଦୁର୍ଘଟଣାରୁ ଫଳ ଦୋକାନଟି ସମ୍ପୂର୍ଣ ଭଗି ଯାଇଥିବା ବେଳେ ଦୋକାନୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଦୋକାନୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରି ରାସ୍ତାରୋକ କରିଥିଲେ ସ୍ଥାନୀୟ ବାସିନ୍ଦା।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ନିର୍ବାଚନ ପରିଚାଳନାରେ ନିୟୋଜିତ ଫ୍ଲାଇଂ ସ୍କ୍ୱାର୍ଡ ଗାଡ଼ି ଆଙ୍ଗୁଲାଇ ବଜାର ଅତିକ୍ରମ କରୁଥିଲା। ସେହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଫଳ ଦୋକାନ ଭିତରକୁ ମାଡ଼ିଯାଇଥିଲା। ଉକ୍ତ ସମୟରେ ଦୋକାନୀଜଣକ ଫଳ ଦୋକାନରେ ଥିଲେ ବି ମଧ୍ୟ ସେ ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲେ। ମାତ୍ର ତାଙ୍କ ଫଳ ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇ ଯାଇଛିଥିଲା ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଦୋକାନୀଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟନସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି। ଏହି ଦୁର୍ଘଟଣା ବାବଦରେ ଅଧିକା ତଦନ୍ତ ଜାରି ରଖିଛନ୍ତି।