ଭାରସମ୍ୟ ହରାଇ ଟ୍ରକଟି ଓଲଟି ପଡିଲା । ସମ୍ବଲପୁର ସାକ୍ଷିପଡା ରାସ୍ତାର ଥିବା ସହାରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସମ୍ମୁଖରେ ଆଜି ଏକ ଟ୍ରକ ଟି ଓଲଟି ପଡିଥିବାର ସୂଚନା ମିଳିଛି । ତେବେ ଏପରି ଘଟଣା ଆମକୁ ପ୍ରତିଦିନ ଦେଖିବାକୁ ମିଳୁଛି ।
ସୂଚନା ଅନୁସାରେ, ସେହି ଟ୍ରକରେ ମାର୍ବଲ ବୋଝେଇ ହୋଇ ସମଲେଶ୍ୱରୀ ମନ୍ଦିର ପଟରୁ ଆସୁଥିଲା । ହଠାତ ଟ୍ରକଟି ଭାରସମ୍ୟ ହରାଇ ଓଲଟିଗଲା । ତେବେ ଟ୍ରକଟି ସାକ୍ଷପଡ଼ା ରାସ୍ତାରେ ଯାଉଥିବା ସମୟରେ । ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ସମ୍ମୁଖରେ ଏକ ନାଳରେ ଟ୍ରକର ଚକ ଗୁଡିକ ପଶିଯିବାରୁ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେବେ ଟ୍ରକଟି ଓଲଟି ପଡିଥିବା ସମୟରେ ନିକଟରେ ଥିବା ସମ୍ବଲପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟର ପାଚେରି ମଧ୍ୟ ଭାଙ୍ଗି ଯାଇଥିଲା । ସେପଟେ ଘଟଣା ସ୍ଥଳରେ ଧନୁପାଲି ପୋଲିସ ପହଞ୍ଚିଥିବା ନେଇ ସୂଚନା ମିଳିଛି।
ଅଧିକା ପଢନ୍ତୁ: ଯାଞ୍ଚ ହେଲା ପାଣ୍ଡିଆନଙ୍କ ହେଲିକପ୍ଟର