କୋଲକାତା ବିମାନବନ୍ଦରରେ ଘଟିଛି ଏକ ଅଭାବନୀୟ ଘଟଣା । ଏହି ଘଟଣାରେ ନିଜ ବନ୍ଧୁକରେ ନିଜକୁ ଗୁଳି କଲେ ଯବାନ । ଏହି ଘଟଣା ପରେ ଯବାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଗୁରୁତର ଅବସ୍ଥାରେ ଯବାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଗୁରୁବାର କୋଲକାତା ବିମାନବନ୍ଦରରେ ଜଣେ ସିଏସ୍ଏଫ୍ ଯବାନ ନିଜ ଡ୍ୟୁଟି କରିବା ସମୟରେ ନିଜ ବନ୍ଧୁକରେ ନିଜକୁ ଗୁଳି କରିଛନ୍ତି । ନିଜ ଗୁଳିରେ ଯବାନ ଜଣଙ୍କ ଗୁରୁତର ହୋଇଥିଲା । ଗୁରୁତର ଅବସ୍ଥାରେ ଯବାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଯବାନ ଜଣଙ୍କ କେଉଁ କାରଣରୁ ନିଜକୁ ଗୁଳି କରିଛନ୍ତି ତାହାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ଘଟଣାର ଯାଞ୍ଚ କରୁଛି ।
ଆଗକୁ ପଢ଼ନ୍ତୁ : ନାଗାଲ୍ୟାଣ୍ଡରେ AFSPA ୬ ମାସ ବୃଦ୍ଧି