Home >
ଦିଲ୍ଲୀକୁ ଜମି ବଦଳରେ ପାଣି ଦେବ ହିମାଚଳ
Khabar Odisha:Nation-DDA-will-give-land-to-Himachal-Pradesh-in-return-Himachal-will-give-water-to-National-capital

ନୂଆଦିଲ୍ଲୀ, ଜୁଲାଇ ୧୨ (ଖବର ଓଡ଼ିଶା): ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷ ନିଜର ନୂତନ କଲୋନୀରେ ପାଣିର ସମସ୍ୟା ଦୂର କରିବାକୁ ରାସ୍ତା ବାହାର କରିଛି । ଏଥି ପାଇଁ ଡିଡିଏ ସିଧାସଳଖ ହିମାଚଳ ପ୍ରଦେଶ ସହିତ ହାତ ମିଶାଇଛି । ହିମାଚଳ ପ୍ରଦେଶକୁ ଡିଡିଏ ଜମି ଉପଲବ୍ଧ କରାଇବ ଏବଂ ହିମାଚଳ ପ୍ରଦେଶରୁ ଅତିରିକ୍ତ ପାଣି ଆଣିବ । ଏହି ପାଣିର କିଛି ଅଂଶ ଡିଡିଏର ନୂତନ କଲୋନୀରେ ବସବାସ କରୁଥିବା ମିଳିବ । 

ଡିଡିଏ ଅନୁସାରେ ହିମାଚଳ ପ୍ରଦେଶ ସରକାର ହିମାଚଳରୁ ଦିଲ୍ଲୀ ଆସୁଥିବା ଲୋକ ପାଇଁ ଏକ ଅତିରିକ୍ତ ଭବନ ନିର୍ମାଣ କରି ଦିଲ୍ଲୀରେ ଜମି ମାଗିପାରେ । ଡିଡିଏ ଏହି ନୂତନ ହିମାଚଳ ଭବନ ପାଇଁ ଦ୍ୱାରକାରେ ଏକ ଜମି ସୁନିଶ୍ଚିତ କରିଛି । ଏହି ସ୍ଥାନର ପ୍ରସ୍ତାବ ହିମାଚଳ ସରକାରକୁ ଦିଆଯାଇପାରେ । ଏହା ପରେ ଏବେ ହିମାଚଳ ସରକାର ନିଜର ଅଂଶରୁ ଦିଲ୍ଲୀ ଜଳ ବୋର୍ଡର୍ (ଡିଜେବି)କୁ ପାଣି ଦେବ । ଏହି ପାଣିରୁ ଏକ ଅଂଶ ପ୍ରସ୍ତାବିତ ନୂତନ କଲୋନୀବାସୀଙ୍କୁ ଦିଆଯିବ ।

ଏହି ପାଣି ଯୋଗୁଁ ଡିଡିଏ ହିମାଚଳ ପ୍ରଦେଶ ସରକାରଙ୍କୁ ତର ଆବଶ୍ୟକତା ହିସାବରେ ଜମି ଅଥବା ପ୍ଲଟ ଉପଲବ୍ଧ କରାଇବ । ଏହି ସମସ୍ୟାକୁ ନେଇ ବୁଧବାର ହିମାଚଳ ପ୍ରଦେଶ ଭବରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ହିମାଚଳ ପ୍ରଦେଶ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଡିଡିଏ-ଡିଜେବିର ଅଧିକାରୀ ଉପସ୍ଥିତ ଥିଲେ । 

  

 

  • Tags:

Subscribe

National International State Sports Entertainment