ନିର୍ବାଚନ ପାଇଁ ମନିଟରିଂ ନିୟମାବଳୀ ସଂପର୍କିତ ବୈଠକ । ପାଖେଇ ଆସିଲାଣି ନିର୍ବାଚନ ସେଥିପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ନିର୍ବାଚନକୁ ଦୃଷ୍ଟିରେ ରଖି ଅପ୍ରେଲ ୨୩ ତାରିଖ ମଙ୍ଗଳବାର ଦିନ ସ୍ୱୀକୃତିପ୍ରାପ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟିରିଂ ନିୟମାବଳୀ ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦ୍ଦେଶକ୍ରମେ ଆୟୋଜନ କରାଯାଇଥିଲା ।
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଏନ୍. ତିରୁମାଲା ନାୟକ ଏହି ବୈଠକରେ ଅଧ୍ୟକ୍ଷତା କରି ବୈଠକର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ କରିବା ପରିପ୍ରେକ୍ଷୀରେ ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟିରିଂ ସଂପର୍କିତ ନିୟମାବଳୀର କାର୍ଯ୍ୟକାରିତା, ଅନୁପାଳନ ସଂପର୍କିତ ବିଭିନ୍ନ ଦିଗ ଉପରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ଏଥିସହ ରାଜନୈତିକ ବିଜ୍ଞାପନ ପ୍ରସ୍ତୁତିରେ ଧର୍ମ, ଜାତି ଓ ଭାଷା କ୍ଷେତ୍ରରେ ବିଦେ୍ୱଷ ସୃଷ୍ଟି କରୁଥିବା ଏବଂ ସାଂପ୍ରଦାୟିକତାବାଦ ଓ ଶ୍ରତୁତା ସୃଷ୍ଟି କରୁଥିବା ଦିଗକୁ ବାରଣ କରାଯାଇଛି ।
ଭାରତ ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା, ରାଜ୍ୟ ଏବଂ ଭାରତ ନିର୍ବାଚନ ଆୟୋଗ ସ୍ତରରେ ଗଠିତ ହୋଇଥିବା ମିଡ଼ିଆ ସାର୍ଟିଫିକେସନ୍ ଆଣ୍ଡ ମନିଟିରିଂ କମିଟି ଗଠନ ସଂପର୍କରେ ସୂଚନା ଦେଇ ଇଲେକ୍ଟ୍ରୋନିକ୍ସ ମିଡ଼ିଆରେ ରାଜନୈତିକ ବିଜ୍ଞାପନଗୁଡ଼ିକ କିପରି ପ୍ରାକ୍-ପ୍ରମାଣୀକୃତ ହେବା ଆବଶ୍ୟକ ସେ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ଏତଦ୍ବ୍ୟତୀତ ପେଡ୍ନୁ୍ୟଜ୍ର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା ।
ଅଧିକ ପଢନ୍ତୁ :ବିପିଏନଏସଆଇ ଏବଂ ଆଇଆଇଏସ୍ଏସ୍ଏସ୍ସି ମଧ୍ଯରେ ବୁଝାମଣା ପତ୍ର ସ୍ବାକ୍ଷରିତ