ନିର୍ବାଚନ ଲଢିବେ ନାହିଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ତାଙ୍କୁ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଟିକେଟ୍ ଦେଇଥିଲା, କିନ୍ତୁ ଅର୍ଥ ଅଭାବରୁ ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ବିଜେପି ସଭାପତି ଜେପି ନଡ୍ଡା ତାଙ୍କୁ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁରୁ ନିର୍ବାଚନ ଲଢ଼ିବାର ବିକଳ୍ପ ଦେଇଥିଲେ। କିନ୍ତୁ ବହୁତ ଚିନ୍ତା କରିବା ପରେ ସେ ମନା କରିଦେଇଛନ୍ତି ।
ସେ କହିଛନ୍ତି ଯେ “ପ୍ରାୟ ସପ୍ତାହରୁ ୧୦ ଦିନ ଚିନ୍ତା କରିବା ପରେ, ମୁଁ କେବଳ ଏହା କହିବାକୁ ଫେରିଲି ଯେ ମୋ ଦ୍ବାରା ତାହା ହେବ ନାହିଁ । ମୁଁ ତାମିଲନାଡ଼ୁରୁ ଲଢେ କିମ୍ବା ଆନ୍ଧ୍ରପ୍ରଦେଶରୁ, ବିଜୟ ମାନଦଣ୍ଡକୁ ନେଇ ମଧ୍ଯ ମତେ ପ୍ରଶ୍ନ ପଚରାଯିବ କି ଆପଣ ଏହି ସମ୍ପ୍ରଦାୟର ଅଟନ୍ତି ନା ଆପଣ ସେହି ଧର୍ମର ଅଟନ୍ତି? ଆପଣ ସେଠାରୁ ଆସିଛନ୍ତି କି? ଏଣୁ ମୁଁ ଏପରି କରିପାରିବି ନାହିଁ ବୋଲି ଭାବିଲି ।
ସେ ଆହୁରି ମଧ୍ଯ କହିଛନ୍ତି ଯେ “ଦଳ ମୋ ଯୁକ୍ତିକୁ ଗ୍ରହଣ କରିଥିବାରୁ ମୁଁ ବହୁତ କୃତଜ୍ଞ ଅଟନ୍ତି।
ଆହୁରି ଏକ ପ୍ରଶ୍ନ ମଧ୍ଯ ତାଙ୍କୁ ପଚରା ଯାଇଥିଲା ଯେ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ କାହିଁକି ପର୍ଯ୍ୟାପ୍ତ ଅର୍ଥ ନାହିଁ ? ଉତ୍ତର ରେ ସେ କହିଛନ୍ତି ଯେ ଭାରତର ପାଣ୍ଠି ତାଙ୍କର ନୁହେଁ। 'ଦରମା ମୋର, ରୋଜଗାର ମୋର, ସଞ୍ଚୟ ମୋର, କିନ୍ତୁ ଭାରତର ସଂଚିତ ହୋଇଥିବା ପାଣ୍ଠି ମୋର ନୁହେଁ'। ନିର୍ମଳା ସୀତାରମଣ ଏବେ କର୍ଣ୍ଣାଟକରୁ ରାଜ୍ୟସଭା ସଦସ୍ୟ ଅଛନ୍ତି।