ସୋସିଆଲ ମିଡ଼ିଆକୁ ବ୍ୟବହାର କରି କିଭଳି ସଚେତନତା ସୃଷ୍ଟି କରି ହେବ ତାହା ପ୍ରମାଣ କରି ଦେଖାଇଛି ଚଲୋ ଓଡିଶା । ଇନଷ୍ଟାଗ୍ରାମରେ ଓଡିଶାର ସୌନ୍ଦର୍ଯ୍ୟ, ଖାଦ୍ୟ , ପର୍ଯ୍ୟଟନ ସ୍ଥଳୀ ଏବଂ ପରମ୍ପରାକୁ ପ୍ରୋତ୍ସାହିତ କରିବା ସହିତ ସମୁଦ୍ର ତଥା ପରିବେଶକୁ କିଭଳି ସଫା ରଖି ହେବ ସେ ନେଇ ଭିଡିଓ ପୋଷ୍ଟ କରିଥାନ୍ତି । ତେବେ ଅସ୍ତରଙ୍ଗରେ ଥିବା ପିର ଜାହାନିଆ ସମୁଦ୍ର ବେଳାଭୂମିକୁ ସଫା କରିବା ପାଇଁ ଚଲୋ ଓଡିଶାର ଏକ ଟିମ ଉତ୍ତରାରୁ ବାହାରି ଅସ୍ତରଙ୍ଗ ଜାହାନିଆ ବିଚରେ ପହଞ୍ଚିଥିଲେ । ସକାଳ ୭ ଟାରୁ ବାଇକ ରାଇଡ ଆରମ୍ଭ ହୋଇଥିଲା ଏବଂ ୯.୧୫ ରେ ଜାହାନିଆରେ ପହଞ୍ଚି ସମୁଦ୍ର ବେଳାଭୂମିକୁ ସଫା କରିଥିଲେ । ଓଡ଼ିଶାର ପର୍ଯ୍ୟଟନ ସ୍ଥଳକୁ ସଫା ରଖିବା ପାଇଁ ଏକ ବାର୍ତ୍ତା ଦେବା ସହ ଏହା ଦ୍ୱାରା ପର୍ଯ୍ୟଟକ ମଧ୍ୟ ଆକର୍ଷିତ ହେବେ ବୋଲି ପ୍ରତିକ୍ରିୟା ରଖିଥିଲେ । ତେବେ ସମୁଦ୍ରକୁଳରେ ପ୍ଲାଷ୍ଟିକ ବ୍ୟବହାର ନ କରିବା ସହ ଅଳିଆ ନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ତେବେ ଚଲୋ ଓଡିଶାର ଆଡମିନ୍ ସୁରଜ ବଳ ଓ ବିକ୍ରମ କେଶରୀ ବେହେରା ପ୍ରଥମେ ଏଭଳି ଏକ ନିଆରା ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲେ । ବିଚ୍ କ୍ଲିନ ଡ୍ରାଇଭ ଦ୍ୱାରା ବର୍ତ୍ତମାନର ଯୁବ ପିଢ଼ିଙ୍କୁ ମେସେଜ ଦେବା ସହ ପରିବେଶର ସୁରକ୍ଷା ପାଇଁ ମଧ୍ୟ ଏହି ଭିଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ବୋଲି ଚଲୋ ଓଡିଶାର ଆଡମିନ୍ ସୁରଜ ବଳ ଓ ବିକ୍ରମ କେଶରୀ ବେହେରା ଚିନ୍ତା କରିଥିଲେ । ତେବେ ଏହି ବିଚ୍ କ୍ଲିନ ଡ୍ରାଇଭକୁ ସୂଚାର ରୂପେ ତୁଲାଇବା ପାଇଁ ସାନ୍, ସ୍ପନ୍ଦନ ଦାସ, ଅଭିସ୍ନେହା ରାଉତରାୟ, ଅମିତା ସିଂ, ଶେଖର ଦାସ ଏବଂ ଅମୁଲ୍ୟ ନନ୍ଦ ସାହାଯ୍ୟ କରିଥିଲେ ।
ଅଧିକ ପଢନ୍ତୁ : ଆକାଶରୁ ନିଆଁ ବର୍ଷା: ତାତି ଅସହ୍ୟ