ଯବାନ ମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ମଣିପୁର ଏବେ ଅଶାନ୍ତ ହୋଇ ପଡିଛି । ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଛନ୍ତି ଆତଙ୍କବାଦୀ । କେନ୍ଦ୍ରୀୟ ରିଜର୍ଭ ଫୋର୍ସ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି କୁକୀ ଆତଙ୍କବାଦୀ । ଯବାନ ମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଦୁଇ ଯବାନ ସହୀଦ ହୋଇଛନ୍ତି । ତେବେ ଏପରି ଏକ ଘଟଣା ଦଖିବାକୁ ମିଳିଛି ମଣିପୁରର ବିଷ୍ଣୁପୁର ଜିଲ୍ଲାର ନାରଣସେନା ଠାରେ ।
ଗତକାଲି ରାତିରେ ଶୋଇଥିବା ବେଳେ ଏହାର ଫାଇଦା ଉଠାଇ ଅଚାନକ ଆକ୍ରମଣ କରିଛନ୍ତି ଆତଙ୍କବାଦୀ ମାନେ । ଏହି ଆକ୍ରମଣରେ ସହୀଦ ହୋଇଥିବା ଦୁଇ ଯବାନ CRPFର ୧୨୮ ବାଟାଲିୟନର ବୋଲି ଜଣାଯାଇଛି। ସହୀଦ ହୋଇଥିବା ଦୁଇ ଯବାନଙ୍କ ମଧ୍ୟରେ ଜଣେ ସବ- ଇନ୍ସପେକ୍ଟର ଓ ଅନ୍ୟ ଜଣେ ହେଡ କନଷ୍ଟେବଳ ଥିବା ଜଣାଯାଇଛି
ଅଧିକା ପଢନ୍ତୁ: VVPAT ଯାଞ୍ଚ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ