ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମା ଯାଜପୁର ଗାଁରେ ବହୁ ବର୍ଷ ଧରି ପୂଜା ପାଉଛନ୍ତି ମା' ନାକିଟିଭବାନୀ। ମା' ହେଉଛନ୍ତି ପ୍ରତ୍ୟେକ୍ଷ ଦେବୀ ଏବଂ ମା' ସଦାସର୍ବଦା ସମସ୍ତଙ୍କ ମଙ୍ଗଳ କରନ୍ତି। ପ୍ରତ୍ୟେକ ପାଞ୍ଚ ବର୍ଷରେ ଥରେ ମା' ନାକିଟିଭବାନୀଙ୍କ ଯାତ୍ରା ଖୁବ ଧୂମଧାମରେ ପାଳିତ ହୋଇଥାଏ। ପ୍ରତେକ ମଙ୍ଗଳ ବାର ମା'ଙ୍କର ପୂଜା ଅର୍ଚ୍ଚନା ହେଉଥିବା ବେଳେ ଚୈତ୍ରମାସ ମଙ୍ଗଳ ବାର ଦିନ ମା' ଙ୍କ ପୂଜା ଖୁବ ଜାକଜମକରେ ପାଳନ କରାଯାଏ।
ଏହି ଦିନ ଗାଁର ପ୍ରତ୍ୟେକ ଲୋକ ସକାଳୁ ସକାଳୁ ହଳଦୀ ପାଣିରେ ମା' ନାକିଟିଭବାନୀଙ୍କୁ ସ୍ନାନ କରାଇଥାନ୍ତି। ଏହାପରେ ଭକ୍ତମାନେ ଲିହା ଓ ଗୁଡ଼ରେ ଗଜମୁଆଁ ପ୍ରସ୍ତୁତି କରି ସେହି ମୁଆଁକୁ ମୁଣ୍ଡରେ ଧରି ସାହି ପରିକ୍ରମା କରିବା ସହ ପାରମ୍ପରିକ ତାଳ ମୃଦଙ୍ଗ ସହ ହରି ନାମ ସଙ୍କୀର୍ତ୍ତନ କରି ମା' ଙ୍କ ମନ୍ଦିର ପାଖରେ ପହଞ୍ଚି ମା'ଙ୍କର ପୂଜା ଅର୍ଚ୍ଚନା କରନ୍ତି। ତେବେ ଏହି ପର୍ବରେ ହଜାର ହଜାର ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ମିଶି ମା'ଙ୍କ ପୂଜା କରିବା ସହିତ ସାହି ପରିକ୍ରମାରେ ଯୋଗ ଦେଇଥାନ୍ତି। ମା' ନାକିଟିଭବନୀ ସମସ୍ତଙ୍କ ମଙ୍ଗଳ କରିବା ସହିତ ସମସ୍ତ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲି ଲୋକଙ୍କର ବିଶ୍ଵାସ ରହିଛି।