Home >
ଆର୍ଥିକ ବର୍ଷ ୨୦୧୮-୧୯ରେ ୯ ପ୍ରତିଶତ ରପ୍ତାନୀ ବୃଦ୍ଧି, ୫ ବର୍ଷର ରେକର୍ଡ ଅତିକ୍ରମ
Khabar Odisha:Business-Exports-in-March-grew-by-11-pc-to-USD-32-5-billion-trade-deficit-narrows-to-USD-10-89-billion

ନୂଆଦିଲ୍ଲୀ, ଏପ୍ରିଲ ୧୬ (ଖବର ଓଡ଼ିଶା): କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୧୮-୧୯ର ରପ୍ତାନୀ ତଥ୍ୟ ସାର୍ବଜନିକ ଭାବେ ଜାରି କରିଛି । ତଥ୍ୟ ଅନୁସାରେ ରପ୍ତାନୀରେ ୯ ପ୍ରତିଶତ ବୃଦ୍ଧି ଘଟିଛି । ଏହା ୩୩୧ ବିଲିୟନ ଡଲାରରେ ପହଂଚିଛି । ରପ୍ତାନୀ ରେକର୍ଡ ଆର୍ଥିକ ବର୍ଷ ୨୦୧୩-୧୪କୁ ଅତିକ୍ରମ କରିଛି । ସେହି ସମୟରେ ୩୧୪.୪ ବିଲିୟନ ଡଲାର ରେକର୍ଡ କରାଯାଇଥିଲା । ମାର୍ଚ୍ଚରେ ରପ୍ତାନୀ ୧୧ ପ୍ରତିଶତ ବୃଦ୍ଧି ଘଟିଛି, ଯାହାକି ୨୦୧୮ ଅକ୍ଟୋବର ପରେ ସବୁଠାରୁ ବଡ଼ ମାସିକ ବୃଦ୍ଧି ବୋଲି ତଥ୍ୟରୁ ଜଣାପଡ଼ିଛି । ସେହି ସମୟରେ ୧୭.୮୬ ପ୍ରତିଶତ ବଢ଼ିଥିଲା । ଫାର୍ମା, ରସାୟନ ଏବଂ ଇଂଜିନିୟରିଂ କ୍ଷେତ୍ରରେ ବୃଦ୍ଧି ଯୋଗ୍ୟୁ ମୋଟ ରପ୍ତାନୀ ବଢ଼ିଛି । 

ବାଣିଜ୍ୟ ମନ୍ତ୍ରାଳୟ ବୟାନରେ କହିଛି, ଗ୍ଲୋବାଲ ସଂକଟ ଯୋଗୁଁ ବଜାର ଅବସ୍ଥା ଭଲ ନଥିଲେ ବି ବ୍ୟାପାରିକ ରପ୍ତାନୀ ଆର୍ଥିକ ବର୍ଷ ୨୦୧୮-୧୯ରେ ୩୩୧ ବିଲିୟନ ଡଲାର ରପ୍ତାନୀ କରାଯାଇଥିଲା । ଆର୍ଥିକ ବର୍ଷ ୨୦୧୩-୧୪ରେ ୩୧୪.୪ ବିଲିୟନ ଡଲାର ତୁଳନାରେ ଅଧିକ ବୃଦ୍ଧି ବୋଲି କୁହାଯାଇଛି । 

 

  • Tags:

Subscribe

National International State Sports Entertainment