ଭଦ୍ରକ ନିର୍ବାଚନ ମଣ୍ଡଳୀର ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜେପିର ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠି ଓ ବିଧାୟକ ପ୍ରାର୍ଥୀ ସୀତାଂଶୁ ଶେଖର ମହାପାତ୍ରଙ୍କ ଉପସ୍ଥିତିରେ ଏହି ମିଶ୍ରଣ କାର୍ଯ୍ୟ କରାଯାଇଛି । ଭଦ୍ରକ ମ୍ୟୁନିସପାଲିଟି ଅଧିନସ୍ଥ ୧୬ ନମ୍ବର ୱାର୍ଡର ହଜାର ହଜାର ଲୋକ ଦକ୍ଷିଣ କାଳୀ ମନ୍ଦିର ଠାରୁ ବିଶାଳ ଶୋଭାଯାତ୍ରା ବାହାରି କୁଆଁସ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ମ୍ୟୁନିସପାଲିଟିର ପୂର୍ବତନ କାଉନସିଲ ତଥା ବିଜେଡିର କର୍ମୀ ଆଡ଼ଭୋକେଟ ସୁରଜିତ ପାଲ ବିଧିବଦ୍ଧ ଭାବେ ବିଜେଡି ଦଳ ଛାଡି ବିଜେପିରେ ଶତାଧିକ କର୍ମୀଙ୍କ ସହ ସାମିଲ ହୋଇଛନ୍ତି । ୧୬ ନମ୍ବର ୱାର୍ଡର କଣ୍ଟାବଣିଆ, ବଖରାବାଡିର ଶତାଧିକ ସଂଖ୍ୟାଲଘୁ ଯୁବକ ଏବଂ କୁଆଁସ ଜେନାସାହିର ଶତାଧିକ ବରିଷ୍ଠ ବ୍ୟକ୍ତି, ଯୁବକ ଓ ଶତାଧିକ ନାରୀମାନେ ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି ।