ବିମାନ ବନ୍ଦରକୁ ବୋମାରେ ଉଡାଇବା ପାଇଁ ଆସିଲା ଧମକପୂର୍ଣ୍ଣ ମେଲ । ଗତ ଏପ୍ରିଲ ୨୬ ତାରିଖରେ ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ଇ-ମେଲ ଜରିଆରେ ଧମକ ଆସିଥିଲା ବୋଲି ସୂଚନା ମିଳିଛି । ଏହି ଧମକପୂର୍ଣ୍ଣ ମେଲ ଆସିବା ପରେ ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତୁରନ୍ତ ସମସ୍ତ ବିମାନ ବନ୍ଦରକୁ ତନାଘନା ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ଏହା ଏକ ମିଥ୍ୟା ଖବର ବୋଲି ପ୍ରମାଣ ହୋଇଥିଲା । ଥରେ ନୁହେଁ ବାରମ୍ବାର ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସୁଛି । ନିର୍ଭୟରେ ବନ୍ଦରକୁ ବୋମାରେ ଉଡାଇ ପାଇଁ ମେଲ କିମ୍ବା ଫୋନରେ ଧମକ ଦେଉଛନ୍ତି । ବାରମ୍ବାର ଏହି ତଥ୍ୟ ଭୁଲ ବୋଲି ମଧ୍ୟ ପ୍ରମାଣିତ ହେଉଛି । ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଦେଇଥିବା ଅଭିଯୁକ୍ତକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି କରାଯାଇଛି ।
ଆଗକୁ ପଢ଼ନ୍ତୁ : ଅଯୋଧ୍ୟାରୁ ୯୩ ଶିଶୁ ଉଦ୍ଧାର