୭୩ ବର୍ଷରେ ପାଦ ଥାପିଲେ ସୋନିଆ ଗାନ୍ଧୀ, ଶୁଭେଚ୍ଛା ଜଣାଇଲେ ମୋଦୀ
Khabar Odisha:national-odisha-sonia-gandhi-birthday-today-congress-president-pm-narendra-modi-congratulates
ନୂଆଦିଲ୍ଲୀ, ଡିସେମ୍ଵର ୦୯ (ଖବର ଓଡିଶା) :

କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ସମଗ୍ର ଦେଶରେ ମହିଳାଙ୍କ ଉପରେ ଅତ୍ୟାଚାର, ନିର୍ଯ୍ୟାତନା ଓ ଅପରାଧ ବୃଦ୍ଧି ପାଉଥିବା କାରଣରୁ ଚଳିତ ବର୍ଷ ସୋନିଆ ଗାନ୍ଧୀ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବେ ନାହିଁ। 

ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ଘରେ ବାହାରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କର ଭିଡ ଦେଖିବାକୁ ମିଳିଛି। ନରେନ୍ଦ୍ର ମୋଦୀ ମଧ୍ୟ ଟ୍ଵିଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ଵିଟରେ ଲେଖିଛନ୍ତି ଯେ, ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର ଶୁଭକାମନା। ମୁଁ ତାଙ୍କର ଦୀର୍ଘାୟୁ ଓ ଉତ୍ତମ ସ୍ଵାସ୍ଥ୍ୟ କାମନା କରୁଛି। 

କଂଗ୍ରେସ ମଧ୍ୟ ଟ୍ଵିଟ କରିଛି ଯେ, ସୋନିଆ ଗାନ୍ଧୀ ଆମର ଶକ୍ତି। ସେହି ମହିଳାଙ୍କୁ ଜନ୍ମଦିନର ଶୁଭକାମନା ଯିଏ ନିଜ ଭିତରେ ଦେଶର ସଂସ୍କୃତି, ଲୋକମାନଙ୍କର କ୍ଷମତା, ମହିଳାଙ୍କ ଶକ୍ତି ନିଜ ଭିତରେ ସମାହିତ କରିଛନ୍ତି। ହରିୟାଣା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କୁମାରୀ ଶୈଲିଜା କହିଛନ୍ତି ଯେ, ସୋନିଆ ଗାନ୍ଦୀଙ୍କୁ ତାଙ୍କର ୭୩ତମ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା। ଦେଶ ପାଇଁ ଆପଣଙ୍କର ତ୍ୟାଗ, ଦୃଢ ପ୍ରତିବଦ୍ଧତା, ନିର୍ଣ୍ଣାୟକ ନେତୃତ୍ଵ, ଓ ପରିଶ୍ରମ ସର୍ବଦା ଆମକୁ ପ୍ରେରଣା ଦେବ।

Subscribe

National International State Sports Entertainment