ନୂଆଦିଲ୍ଲୀ, ଜାନୁଆରୀ ୩୧ (ଖବର ଓଡ଼ିଶା) :
ବହୁ ଚର୍ଚ୍ଚିତ ନିର୍ଭୟା ବଳାତ୍କାରୀ ପବନର ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ କରିଥିଲା ପବନ। ଘଟଣା ବେଳେ ନାବାଳକ ଦର୍ଶାଇ ରିଭ୍ୟୁ ପିଟିସନ କରିଥିଲା। ଯାହାକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ତେବେ ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧ରେ ଫାଶୀ ହେବ ନା ନାହିଁ ସେନେଇ ସସପେନ୍ସ ଜାରି ରହିଛି। ପଟିୟାଲା ହାଉସ୍ କୋର୍ଟ ଫାଶୀ ନେଇ ଶୁଣାଣି କରିବା ବାକି ରହିଛି।
ଏବେ ସମସ୍ତଙ୍କ ନଜର ପଟିୟାଲା ହାଉସ କୋର୍ଟର ନିଷ୍ପତ୍ତି ଉପରେ ରହିଛି। ତେବେ ଏହି ଶୁଣାଣି ସମୟରେ ତିହାର ଜେଲ ଅଦାଲତକୁ କହିଥିଲେ ଯେ, ନିର୍ଦ୍ଧିଷ୍ଟ ହୋଇଥିବା ତାରିଖ ମଧ୍ୟରେ ଅନ୍ୟ ୩ ଦୋଷୀଙ୍କୁ ଫାଶୀଦଣ୍ଡ ଦିଆଯାଇପାରିବ। ଅନ୍ୟପଟେ ନିର୍ଭୟାଙ୍କ ମାଆଙ୍କ ତରଫରୁ ଦଲିଲ ରଖୁଥିବା ଓକିଲ କହିଛନ୍ତି ଯେ, ଅଭିଯୁକ୍ତମାନେ ଫାଶୀରୁ ବର୍ତ୍ତିବା ପାଇଁ ବିଭିନ୍ନ ରାସ୍ତା ଆପଣୋଉଛନ୍ତି।