୨୭ତମ ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ଦ୍ବିତୀୟ ବିଜୟ ହାସଲ ।
Khabar Odisha:The-final-scoreline-read-12-0-in-favour-of-Odisha-in-the-Senior-Womens-National-Football-Championship-at-Goa
ଭୁବନେଶ୍ୱର, ମାର୍ଚ୍ଚ ୩୦(ଖବର ଓଡିଶା)

ଓଡିଶା ପାଇଁ ଏହା ଗର୍ବ ଓ ଗୌରବ ମୟ ଖବର ,କାରଣ ଗୋଆର ଫତୋର୍ଦ୍ଦାରେ ଚାଲିଥିବା ୨୭ତମ ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ଆନ୍ଧ୍ର ପ୍ରଦେଶକୁ ୮-୦ରେ ପରାସ୍ତ କରିଥିବା ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌କୁ ହିମାଚଳ ପ୍ରଦେଶ ସହ ୩-୩ ଗୋଲ୍‌ରେ ଅମୀମାଂସିତ ରଖିଥିଲା। ତେବେ ବୁଧବାର ତୃତୀୟ ମ୍ୟାଚ୍‌ରେ ଓଡ଼ିଶା ୧୨-୦ ଗୋଲ୍‌ର ବଡ଼ ବ୍ୟବଧାନ‌ରେ ରାଜସ୍ଥାନକୁ ପରାସ୍ତ କରିଛି। ଯଶୋଦା ମୁଣ୍ଡା ସର୍ବାଧିକ ୪ (୧୧, ୫୮, ୯୦+୪, ୯୦+୬ ମିନିଟ୍‌) ଗୋଲ୍‌ କରିଥିଲା ବେଳେ ବନ୍ୟା କବିରାଜ (୪୫+୩ ଓ ୭୨ ମିନିଟ୍‌) ଏବଂ ମାଳତୀ ମୁଣ୍ଡା (୨୩ ଓ ୩୩ ମିନିଟ୍‌) ଦୁଇଟି ଲେଖାଏଁ ଗୋଲ୍‌ ଯୋଡ଼ିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିକେତା ବିଶି (୫୨ ମିନିଟ୍‌), ସୁମିତ୍ରା ହେମ୍ବ୍ରମ୍‌ ( ୮୦ ମିନିଟ୍‌), ଶ୍ରୀଜାନା ତମାଙ୍ଗ (୭୧ ମିନିଟ୍‌) ଏବଂ ଭାରତୀ ଦାସ (୫୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଦଳକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ। ତେବେ ଏଭଳି ଏକ ଐତିହାସିକ ବିଜୟ ପାଇଁ ସାରା ଓଡିଶା ଗର୍ବିତ ।  

Subscribe

National International State Sports Entertainment