ଛାତ୍ରୀଙ୍କୁ ଛାତ୍ର ଜାଳି ଦେବା ଘଟଣା: ଆଖି ବୁଜିଲେ ପୀଡ଼ିତା
Khabar Odisha:Girl-student-who-was-set-on-fire-by-her-classmate-dies-in-Bhubaneswar
କୋରାପୁଟ/ଭୁବନେଶ୍ୱର, ଜୁନ ୧୦(ଖବର ଓଡ଼ିଶା):

ସହପାଠୀଙ୍କ ଦ୍ୱାରା ଆକ୍ରମଣ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା କୋରାପୁଟ ସେମିଳିଗୁଡ଼ାର କଲେଜ ଛାତ୍ରୀ ଶେଷରେ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଥିବା ଜଣାପଡ଼ିଛି । 

ଗତ ଜୁନ ପହିଲା ଏକ ତରଫା ପ୍ରେମ ସମ୍ପର୍କକୁ ନେଇ ସେମିଳିଗୁଡ଼ାର ଘରୋଇ ଇଜିଂନିୟରିଂ କଲେଜ ଛାତ୍ରୀଙ୍କୁ ଜଣେ ଛାତ୍ର ଆକ୍ରମଣ କରିଥିଲେ । ତାଙ୍କ ଉପରେ ପେଟ୍ରୋଲ ଢାଳି ଜାଳି ଦେବାକୁ ଉଦ୍ୟମ କରିଥିଲେ । ପ୍ରଥମେ ଗୁରୁତର ଛାତ୍ରୀଙ୍କୁ କୋରାପୁଟ ମେଡ଼ିକାଲ ଓ ପରେ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଆଡ଼କୁ ଗତି କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଛାତ୍ରୀ ଜଣକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଝିଅର ମୃତ୍ୟକୁ ପରିବାର ଲୋକ ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । 

ଅନ୍ୟପକ୍ଷରେ ସଂପୃକ୍ତ ନାବାଳକ ଛାତ୍ର ଘଟଣାର ଦୁଇ ଦିନ ପରେ ସେମିଳିଗୁଡ଼ା ଥାନାରେ ଆତ୍ମସମର୍ପଣ କରିସାରିଛି । ତାକୁ ଜୁଭେନାଇଲ୍‌ କୋର୍ଟକୁ ଚାଲାଣ କରାଯାଇଛି । ସେମିଳିଗୁଡ଼ା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । 

  • Tags:

Subscribe

National International State Sports Entertainment