Khabar Odisha:17/04/2023
୫୯ ତମ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ବିଜୟର ମୁକୁଟ ପିନ୍ଧିଛନ୍ତି ଅତି ସାଧାରଣ ଜଣେ ଚାଷୀ ଘରର ଝିଅ ନନ୍ଦିନୀ ଗୁପ୍ତା । ଏହାପରେ ସେ ୨୦୨୩ ମିସ୍ ୱାର୍ଲ୍ଡ ପାଇଁ ଭାରତର ପ୍ରତିନିଧିତ୍ୱ କରିବେ ।ଚଳିତ ବର୍ଷ ମିସ୍ ଇଣ୍ଡିଆର ମୁକୁଟ ପିନ୍ଧିଛନ୍ତି ରାଜସ୍ଥାନର ୧୯ ବର୍ଷୀୟା ଝିଅ ନନ୍ଦିନୀ ଗୁପ୍ତା । ମଣିପୁରରେ ଆୟୋଜିତ ୫୯ ତମ ମିସ୍ ଇଣ୍ଡିଆ ଟାଇଟଲ ଜିତିବାରେ ସେ ସଫଳ ହୋଇଛନ୍ତି । ୨୦୨୨ ମିସ୍ ଇଣ୍ଡିଆ ସିନି ସେଟ୍ଟି ତାଙ୍କୁ ସୁନ୍ଦରତାର ମୁକୁଟ ପିନ୍ଧାଇ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଥମ ରନର୍ସ ଅପ୍ ଶ୍ରେୟା ପୂଜା ହୋଇଥିବାବେଳେ ଥୌନାଓଜମ୍ ଲବାଙ୍ଗ ହୋଇଛନ୍ତି ଦ୍ୱିତୀୟ ରନର୍ସଅପ୍ । ନନ୍ଦିନୀ ହେଉଛନ୍ତି କୋଟା ସହରର ପୁରୁଣା ପରିବା ମଣ୍ଡି ନିବାସୀ ସମୁିତ୍ ଗୁପ୍ତାଙ୍କ ଝିଅ । ସୁମିତ ଗୁପ୍ତା ଜଣେ ଚାଷୀ । ନନ୍ଦିନୀଙ୍କ ମା’ ଜଣେ ଗୃହିଣୀ ଏବଂ ତାଙ୍କ ଭଉଣୀ ଅନନ୍ୟା ୯ମ ଶ୍ରେଣୀର ଛାତ୍ରୀ । ନନ୍ଦିନୀଙ୍କ ପଢା କୋଟାରେ ହୋଇଥିବାବେଳେ ଏବେ ସେ ବିଜନେସ୍ ଆଡମିନିଷ୍ଟ୍ରେସନର ଛାତ୍ରୀ । ଜଣେ ସାଧାରଣ ପରିବାରର ଝିଅ ହୋଇ ବି ପାଠ ପଢା ସାଙ୍ଗକୁ ମିସ୍ ଇଣ୍ଡିଆ ଟାଇଟଲ ହାସଲ କରିବା ପରେ ତାଙ୍କ ପାଖକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ ।