ଉତ୍ତରାଖଣ୍ଡ: ଭାରତରେ ଅନେକ ମନ୍ଦିର ରହିଛି । ସେସବୁ ମନ୍ଦିରରେ ବିଭିନ୍ନ ଦେବାଦେବୀଙ୍କର ମୂର୍ତ୍ତି ପୂଜା କରାଯାଏ । ହେଲେ ଦେବଭୂମି ଉତ୍ତରାଖଣ୍ଡରେ ଏକ ଶକ୍ତିପୀଠ ରହିଛି, ଯେଉଁଠି ମାଙ୍କ ମୂର୍ତ୍ତ ବଦଳରେ ଶ୍ରୀଯନ୍ତ୍ର ପୂଜା କରାଯାଏ । ଏହି ମନ୍ଦିରର ନାଁ ହେଉଛି ଚନ୍ଦ୍ରବଦନୀ ମନ୍ଦିର । ଏଠାରେ ମା ସତୀଙ୍କ ମୁହଁ ପଡିଥିଲା ଥିଲା ବୋଲି ଏହାର ନାମ ଚନ୍ଦ୍ରବଦନୀ ହୋଇଛି ।
ପୁରାଣ ଅନୁଯାୟୀ ନିଜ ପିତା ଦକ୍ଷଙ୍କ ଦ୍ୱାରା ଭଗବାନ ଶିବଙ୍କ ଅପମାନ ସହି ନ ପାରି ମାତା ସତୀ ଯଜ୍ଞ କୁଣ୍ଡରେ ଅଗ୍ନିରେ ଝାସ ଦେଇଥିଲେ । ମାତା ସତୀଙ୍କ ଜଳିଯାଇଥିବା ଶରୀରକୁ ନେଇ ଶିବ ଆକାଶ ମାର୍ଗରୁ ହିମାଳୟ ଆଡକୁ ଚାଲିଗଲେ। ସତୀଙ୍କ ବିୟୋଗରେ ଶିବ ଦୁଃଖି ହେବା ଯୋଗୁଁ ପୃଥିବୀ ଥରିବାକୁ ଆରମ୍ଭ କଲା। କିଛି ଅନିଷ୍ଟ ଆଶଙ୍କାରେ ଭଗବାନ ବିଷ୍ଣୁ ନିଜ ଚକ୍ରରେ ସତୀଙ୍କ ଅଙ୍ଗକୁ ଖିନଭିନ କରିଦେଲେ। ଭଗବାନ ବିଷ୍ଣଙ୍କ ଚକ୍ରରୁ କଟି ସତୀଙ୍କ ଅଙ୍ଗ ଯେଉଁଠି ସବୁ ପଡିଥିଲା, ସେହି ସ୍ଥାନରେ ଶକ୍ତିପୀଠ ସ୍ଥାପନା କରାଗଲା।
ଚନ୍ଦ୍ର ବଦନୀ ଶକ୍ତିପୀଠର କଣ ରହିଛି ସ୍ୱତନ୍ତ୍ରତା :
ଏଠାରେ ମା ଜଗଦମ୍ବା ପ୍ରତ୍ୟେକ ଭକ୍ତର ଇଚ୍ଛାକୁ ପୂରଣ କରିଥାନ୍ତି। ଭକ୍ତଙ୍କ ଇଚ୍ଛା ପୂର୍ଣ୍ଣ ହେବା ପରେ ଭକ୍ତ ମାତାଙ୍କ ମନ୍ଦିରରେ କନ୍ଦମୂଳ, ଫଳ, ଧୂପ, ଚୁନୀ, ଚାନ୍ଦିର ଛତା ସମର୍ପିତ କରିଥାନ୍ତି। ମନ୍ଦିରରେ ମାତାଙ୍କ ମୂର୍ତ୍ତି ବଦଳରେ ଶ୍ରୀଯନ୍ତ୍ର ରହିଛି। ଯେଉଁଠାରେ ସତୀଙ୍କ ମୁହଁ ପଡିଥିଲା, ସେଥିପାଇଁ ଦେବୀଙ୍କ ମୂର୍ତ୍ତିକୁ କେହି ଦର୍ଶନ କରିପାରିବେ ନାହିଁ। ଏପରିକି ପୂଜାରୀମାନେ ଆଖିରେ ପଟି ବାନ୍ଧି ମା’ ଚନ୍ଦ୍ରବଦନୀଙ୍କ ସ୍ନାନ କରନ୍ତି। ଥରେ ଜଣେ ପୂଜାରୀ ଅଜ୍ଞାନବଶତ ଏକୁଟିଆ ଥିବା ବେଳେ ମା’ଙ୍କ ମୂର୍ତ୍ତି ଦେଖିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ତା’ ପରେ ଠାରୁ ସେ ଅନ୍ଧ ହୋଇଯାଇଥିଲେ।
କୁହାଯାଏ, ଏହି ସିଦ୍ଧପୀଠକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ମା’ କେବେ ବି ଖାଲି ହାତରେ ପଠାଏ ନାହିଁ। ଏହି ମନ୍ଦିର ଉତ୍ତରାଖଣ୍ଡର ଦେବପ୍ରାଗ ଠାରୁ ୩୫ କିମି ଦୂରରେ ଅବସ୍ଥିତ। ଏଠାକୁ ଯିବାକୁ ଋଷିକେଶରୁ ୧୦୬ କିମି ଦେବପ୍ରୟାଗ ଯିବା ପରେ ପୁରୁଣା ଟିହରୀ ଠାରୁ ୪୭ କିମି ଦୂର କାଣ୍ଡିଖାଲର ସିଲୋଡ ଗାଁକୁ ଯିବାକୁ ହେବ। ସେଠାରେ ଆପଣ ୮ କିମି ପାଦରେ ଚାଲି ମାତାଙ୍କ ମନଦିରକୁ ଯାଇପାରିବେ। ମନ୍ଦିର ପାଖରେ ପ୍ରାକୃତିକ ସୌନ୍ଦର୍ଯ୍ୟ, ସୁନ୍ଦର ସୁନ୍ଦର ପକ୍ଷୀଙ୍କ ରାବ ପରିବେଶକୁ ଆକର୍ଷଣୀୟ କରିଥାଏ। ସମୁଦ୍ରପତ୍ତନ ଠାରୁ ୮୦୦୦ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଏହି ଶକ୍ତିପୀଠ। ଭକ୍ତ ଏଠାକୁ କେବଳ ଶ୍ରୀଯନ୍ତ୍ରକୁ ଦର୍ଶନ କରିବାକୁ ଆସନ୍ତି। ଏଠାରେ ଗର୍ଭଗୃହରେ ଥିବା ଶ୍ରୀଯନ୍ତ୍ର କରିବା ସହ ପୂଜାରେ ବ୍ୟବହାର ଶଙ୍ଖରେ ପାଣି ପିଇବାର ଏକ ବଡ ମହତ୍ତ୍ୱ ରହିଛି।