ଭଦ୍ରକ୍, ଡିସେମ୍ବର ୨୧ (ଖବର ଓଡ଼ିଶା) : ଶ୍ରୀମନ୍ଦିର ଖୋଲିବା ନିଷ୍ପତି ପରେ ଧିରେ ଧିରେ ରାଜ୍ୟ ସବୁ ବଡ ବଡ ମନ୍ଦିର ଖୋଲିବା ନେଇ ତାରିଖ ସ୍ପଷ୍ଟ ହେଉଛି । ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, କାକଟପୁର ମଙ୍ଗଳା ମନ୍ଦିର ଓ ଧବଳେଶ୍ୱର ମନ୍ଦିର ଭଳି ବର୍ତମାନ ଆଖଣ୍ଡଳମଣୀ ମନ୍ଦିର ଖୋଲିବା ନେଇ ତାରିଖ ସ୍ପଷ୍ଟ ହୋଇଛି ।
ଆସନ୍ତା ୨୮ ତାରିଖରୁ ବାବା ଆଖଣ୍ଡଳମଣୀଙ୍କ ମନ୍ଦିର ଖୋଲିବାକୁ ଯାଉଛି । କରୋନା କଟକଣା ମଧ୍ୟରେ ଭକ୍ତମାନେ ବାବାଙ୍କୁ ଦର୍ଶନ କରିପାରିବେ ବୋଲି ଟ୍ୱିଟ୍ ଯେଗେ ସୂଚନା ଦେଇଛନ୍ତି ଭଦ୍ରକ୍ ଜିଲ୍ଲାପାଳ ।
ଆଗାମୀ ୨୮ ଓ ୨୯ ତାରିଖ ଦିନ କେବଳ ସେବାୟତଙ୍କ ପରିବାର ଲୋକେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବାର ସୁଯୋଗ ପାଇବେ । ସେହିଭଳି ୩୦ ଓ ୩୧ ତାରିଖରେ ଆରଡ଼ି ଅଞ୍ଚଳର ଲୋକମାନଙ୍କୁ ଦର୍ଶନର ସୁଯୋଗ ମିଳିବ । ଜାନୁଆରି ୧ ଓ ୨ ତାରିଖ ଦୁଇ ଦିନ ଲାଗି ମନ୍ଦିର ବନ୍ଦ ରହିବ । ଏହା ପରଠାରୁ ଅର୍ଥାତ୍ ଜାନୁଆରୀ ୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।