ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀଙ୍କ ଯାତ୍ରା ପାଇଁ ସ୍ଥାପନ ହୋଇଛି ଶୁଭ ଖୁଣ୍ଟି। ଏହାସହ ଯାତ୍ରା ପାଇଁ ସମୟ ନିର୍ଘଣ୍ଟ ହୋଇଛି। ଏପ୍ରିଲ ୪ତାରିଖରୁ ଯାତ୍ରା ଆରମ୍ଭ ହୋଇ ମେ ମାସ ୧ ତାରିଖରେ ସରିବ ମାଙ୍କ ଯାତ୍ରା । ଏପ୍ରିଲ ୪ ତାରିଖରେ ମାଆ ସାଆନ୍ତାଣୀ ବାପା ଘରକୁ ଆଗମନ କରିବେ ଏବଂ ମେ ୧ ତାରିଖରେ ବାପା ଘରୁ ବିଦାୟ ନେବେ । ଗତକାଲି ଶୁଭଖୁଣ୍ଟିଙ୍କୁ ମନ୍ଦିର ନେଇ ପୂଜାର୍ଚ୍ଚନା କରିବା ପରେ ରାତ୍ର ପ୍ରାୟ ୨ଟା ବେଳେ ଦେଶୀବେହେରା ସାହିକୁ ଆଣି ପୂଜାର୍ଚ୍ଚନା କରାଯାଇଥିଲା | ଦେଶୀ ବେହେରା ପାରମ୍ପରିକ ପୂଜକ ଶୁଭ ଖୁଣ୍ଟି ସ୍ଥାପନ କରିବାପରେ ମାଆଙ୍କ ଆଗମନ ନେଇ ଶୁଭ ମୂହୁର୍ତ୍ତ ନିର୍ଣ୍ଣୟ କରିଥିଲେ। ଚଳିତବର୍ଷ ଦୀର୍ଘ ୨୮ ଦିନ ଧରି ଚାଲିବ ମା ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ସର୍ବସଧାରଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯାତ୍ରା ପାଇଁ ଶୁଭ ସମୟ ନେଇ ଦିନ ଧାର୍ଯ୍ୟ କରିଥିଲେ ସିଦ୍ଧାନ୍ତଗୁରୁ । ଏହାପରେ ଏକ ବିରାଟ ପଟୁଆରା ମା ବୁଢୀ ଠାକୁରାଣୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇଥିବା ବେଳେ ବାଜା-ନାଚ ଗୀତର ତାଳେ ତାଳେ ଦୁଲୁକି ଉଠିଥିଲା ରେଶମ ସହର ବ୍ରହ୍ମପୁର ।