ଭଦ୍ରକ: ଭଦ୍ରକରୁ ଅପହୃତ ମହିଳା କେନ୍ଦୁଝର ଝୁମ୍ପୁରାରୁ ଉଦ୍ଧାର । ଉଦ୍ଧାର ମହିଳାଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଇଛି ପୋଲିସ । ଏହାସହ ଘଟଣାରେ ଟ୍ରକ ଡ୍ରାଇଭରକୁ ଗିରଫ କରିବା ସହ ଟ୍ରକକୁ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଟାଉନ ଥାନା ଅଧିକାରୀ ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଦେଇ ଯାଇଥିବା 16 ନମ୍ୱର୍ ଜାତୀୟ ରାଜପଥରେ ଚରମ୍ପା ଫାଣ୍ଡି ଛକ ନିକଟରେ ମଧ୍ୟ ରାତ୍ରି ସମୟରେ ବର୍ଷା ଲାଗି ରହିଥିବା ବେଳେ ଜଣେ ମାନସିକ ଵିକୃତ ମହିଳା ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଦୋକାନ ବାରଣ୍ଡାରେ ଅଟକି ରହିଥିଲେ । ଏହି ସମୟରେ ଜାତୀୟ ରାଜପଥ ଯାତାୟାତ କରୁଥିବା ଏକ ଟ୍ରକର ଡ୍ରାଇଭର ସେହି ସମୟରେ ଏହି ପାଗଳିକୁ ଦେଖି ଗାଡ଼ି ଅଟକାଇଥିଲେ। ପରେ ତାଙ୍କ ପାଖକୁ ଆସି ମହିଳା ଜଣଙ୍କୁ ଟେକି ନେଇ ଗାଡ଼ି ଭିତରେ ପୁରାଇ ତାଙ୍କୁ କେଉଁ ଆଡ଼କୁ ନେଇ ଯାଇଥିଲେ । ଯାହାର ପୁରା ଘଟଣା ସିସିଟିଭିରେ କଏଦ ହୋଇଥିଲା ।
ଅଧିକ ପଢନ୍ତୁ: ପୋଖରୀରେ ବୁଡ଼ିଗଲେ ଦୁଇ ଭାଇ; ଗାଁରେ ଶୋକର ଛାୟା