ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଝୁପୁରୁଙ୍ଗା ଗାଁରେ ଏକ ଅଘଟଣ ଘଟିଯାଇଛି । ପୋଖରୀରେ ଗାଧୋଇବା ବେଳେ ଦୁଇ ଭାଇ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତ ଦୁଇ ଭାଇ ଦେବାଶିଷ ମାକର ଓ ଚିତ୍ତ ମାକର ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ଆଜି ସକାଳୁ ଦୁଇ ଭାଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ପ୍ରଥମେ ଦେବାଶିଷ ପାଣିକୁ ଓହ୍ଲାଇ ବୁଡ଼ିବାକୁ ଯାଉଥିବା ବେଳେ ବଡ଼ଭାଇ ଚିତ୍ତ ମାକର ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ । ଏନେଇ ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହ ଉଦ୍ଧାର କରିଛି । ଏହାସହ ଉଦ୍ଧାର ମୃତଦେହ ହେମଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଛି ।
ଅଧିକ ପଢନ୍ତୁ: ଭଦ୍ରକରୁ ଅପହୃତ ମହିଳା କେନ୍ଦୁଝରରୁ ଉଦ୍ଧାର; ଟ୍ରକ ଜବତ,ଡ୍ରାଇଭର ଗିରଫ