ଭୁବନେଶ୍ୱର: ରାଜ୍ୟରେ ପାଣିପାଗର ପରିବର୍ତନ ଦେଖିବାକୁ ମିଳୁଛି । କେଉଁଠି ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ତା କେଉଁଠି ମୁଣ୍ଡଫଟା ଖରା ଅନୁଭୂତ ହେଉଛି । ଏହି ଜଳବାୟୁର ପରିବର୍ତନ ମୁଖ୍ୟତଃ ବଙ୍ଗୋପସାଗରରେ ଆଦ୍ର ବାୟୁ ପ୍ରଭାବରେ ଘଟୁଥିବାର ଆକଳନ କରାଯାଉଛି । ଯାହାଫଳରେ ରାଜ୍ୟର କିଚିସ୍ଥାନରେ ବର୍ଷା ତା କିଛି ସ୍ଥାନରେ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ଆଗାମୀ ଦିନ ମାନଙ୍କରେ ରାଜ୍ୟର ତାପମାତ୍ରା ଉପରମୁହାଁ ହେବ ସହିତ ତାପମାତ୍ରା ଦୁଇ ରୁ ଚାରି ଡିଗ୍ରୀ ପର୍ଯ୍ୟନ୍ତ ବଢିବ । ହେଲେ ୧୧ ତାରିଖ ପର୍ଯ୍ୟନ୍ତ ପାଗରେ ଆଦ୍ରତା ରହିବ ସହିତ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି ।
ଆଜିର ଦିନରେ ମୁଖ୍ୟତଃ ପାଗ ଶୁଖିଲା ରହିବ ଓ ବର୍ଷା ନେଇ କୌଣସି ସତର୍କ ସୂଚନା ଜାରି କରା ଯାଇନାହିଁ । ଆସନ୍ତା ସାତ ତାରିଖରେ ରାୟଗଡ଼ା, କଳାହାଣ୍ଡି ଓ ମାଲକାନଗିରି ଅଞ୍ଚଳରେ ବିକ୍ଷିପ୍ତ ଭାବେ ବର୍ଷା ହୋଇପାରେ । ତେବେ ୮ ଓ ୯ ତାରିଖକୁ ଘଡଘଡି ସହିତ ହାଲୁକାରୁ ମାଧ୍ୟମ ଧରଣର ବର୍ଷିବ । ୮ ତାରିଖରେ ୬ଟି ଜିଲ୍ଲା ଯଥା ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, କେନ୍ଦୁଝର, ରାୟଗଡା ଓ ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୯ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।