ଉଦଯାପିତ ହେଲା ଆଦିବାସୀ ମେଳା । ଗତ ୧୧ ଦିନ ଧରି ଭୁବନେଶ୍ୱରରେ ଚାଲିଥିଲା ଆଦିବାସୀ ମେଳା । ସୋମବାର ଦିନ ଏହା ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି କଲ୍ୟାଣ ଏବଂ ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ବିଭାଗ ଆନୁକୂଲ୍ୟରେ ଆଦିବାସୀ ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ ଭୁବନେଶ୍ୱର ଦ୍ୱାରା ଆଦିବାସୀକୁ ପ୍ରଦର୍ଶନ କରିବା ପାଇଁ ଆଦିବାସୀ ମେଳା ଅନୁଷ୍ଠିତ ହୋଇଥିଲା । ଏହି ମେଳାରେ ଆଦିବାସୀଙ୍କ ସଂକୃତି ପରମ୍ପରାକୁ ଅତି ସୁନ୍ଦର ଭାବେ ପ୍ରଦର୍ଶନ କରାଯାଇଥିଲା । ୧୦ଟି ଜନଜାତିଙ୍କ ଘର ସମେତ ଏହି ମେଳାରେ୧୦୯ ଷ୍ଟଲ୍ ଲାଗିଥିଲା ଯାହା ମୁଖ୍ୟ ଆକର୍ଷଣ ସାଜିଥିଲା ।
ଏଥିସହ ମେଳାର ମୁଖ୍ୟ ଆକର୍ଷଣ ଥିଲା ବହୁଭାଷୀ ନାଟକ ମହୋତ୍ସବ । ଯାହାଦ୍ୱାରା ଦର୍ଶକଙ୍କ ମନମୁଗ୍ଧ ହୋଇଥିଲା ।ସାନ୍ତାଳି, ଦେଶିଆ, ହୋ ଓ ମୁଣ୍ଡାରୀ ଭାଷାରେ ସାମାଜିକ ସଚେତନତା ଓ ବହୁସଂସ୍କୃତିକୁ ନେଇ ନାଟକ ଏହି ମହୋତ୍ସବରେ ପରିବେଷିତ ହୋଇଥିଲା । ଏହା ଥିଲା ନିଆରା କାର୍ଯ୍ୟକ୍ରମ ଯାହା ପ୍ରଥମଥର ପାଇଁ କରାଯାଇଥିଲା । ଖାଲି ସେତିକି ନୁହେଁ ଆଦିବାସୀ ସମ୍ପ୍ରଦାୟର ୪୦ଟି ଦଳ ଦ୍ୱାରା ଆଦିବାସୀ ସଂସ୍କୃତିର ସୁନ୍ଦର ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।ତେବେ ଉଦ୍ଯାପନୀ ମହୋତ୍ସବରେ ଅନୁସୂଚିତ ଜାତି ଓ ଜନଜାତି ସ୍କୁଲର୧୦୪ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ ସହ ଆଦିବାସୀ ନୃତ୍ୟ ଓ ନାଟକ ପରିବେଷଣ କରୁଥିବା କଳାକାରମାନଙ୍କୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଥିଲା।
ଅଧିକ ପଢନ୍ତୁ :କୋଭିଡ ଯୁଦ୍ଧରେ ସୋଆର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ