ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଘଟଣାରେ ପରିବହନ ବିଭାଗ ଠାରୁ ଜବାବ ମାଗିଲେ ହାଇକୋର୍ଟ । ସମୟସୀମା ବୃଦ୍ଧି କରି ହେବ କି ନାହିଁ ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭିତ୍ତିଭୁମି ନଥାଇ ଡ଼େଡଲାଇନ୍ କିପରି କରାଯାଇଛି ବୋଲି ହାଇକୋର୍ଟ ତରଫରୁ ପ୍ରଶ୍ନ ପଚରାଯାଇଛି । ତେବେ ପୁର୍ବରୁ ଏହି ପ୍ରସଙ୍ଗକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ୨ ବସ୍ ମାଲିକ ।
ସରକାର ଭିତ୍ତିଭୁମି ନକରି ଡ଼େଡ଼ଲାଇନ୍ କରିଥିବା ଜଣାଇଥିଲେ । ତେବେ ଆଜି ମାମଲାର ଶୁଣାଣୀ କରି ପରିବହନ ବିଭାଗକୁ ଜବାବ ମଗାଯାଇଛି । ଆଶନ୍ତା ୩୦ ତାରିଖରେ ଏନେଇ ପରବର୍ତ୍ତୀ ଶୁଣାଣୀ କରାଯିବ ।
ସୁଚନା ଅନୁସାରେ ରାଜ୍ୟରେ ଟ୍ରାଫିକ୍ ବ୍ୟବସ୍ଥାକୁ ନେଇ କଡ଼ାକଡ଼ି ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ କୁ ନେଇ ନୂଆ ନିୟମ ଆସିଛି । ଏନେଇ ରାଜ୍ୟ ସଡ଼କ ପରିବହନ ପ୍ରାଧିକରଣ ପକ୍ଷରୁ ସୁଚନା ଜାରୀ କରାଯାଇଛି ।
ଆଉ କିଛି ଦିନ ପରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଚେକିଂ ଆରମ୍ଭ ହୋଇଯିବ ହେଲେ ଧାର୍ୟ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଆପଣ ମାନେ ଫାଇନ୍ ରୁ ବର୍ତ୍ତି ପାରିବେ ।
ଚେକିଂ ବେଳେ ଅନଲାଇନ୍ ବୁକିଂ ସ୍ଲିପ୍ ଦେଖାଇଲେ ଫାଇନ୍ ରୁ ବର୍ତ୍ତି ପାରିବେ । ୧,୩,୪ ରେ ସରୁଥିବା ନମ୍ବର ପାଇଁ ଡ଼େଡ଼୍ ଲାଇନ୍ ୩୦ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଛି ।
ଏହା ଛଡ଼ା ୫,୬ ଥିଲେ ଡ଼େଡ଼୍ ଲାଇନ୍ ଅକ୍ଟୋବର ୩୧ ତାରିଖ ପର୍ୟ୍ୟନ୍ତ ଧାର୍ୟ୍ୟ କରାଯାଇଛି ଏବଂ ୭ ଓ ୮ରେ ସରୁଥିଲେ ନଭେମ୍ବର ୩୦ ଓ ୯ କିମ୍ବା ୦ରେ ସରୁଥିଲେ ଡ଼ିସେମ୍ବର ୩୧ ରଖାଯାଇଛି ।
ତେବେ ବର୍ତ୍ତମାନ ସୁଦ୍ଧା ଅନେକ ଚାଳକ ଗାଡ଼ି ନମ୍ବର ପ୍ଲେଟ୍ ପରିବର୍ତ୍ତନ କରିନଥିବା ବେଳେ ଏହା ଆଗକୁ ଅସୁବିଧାରେ ପକାଇ ପାରେ ।