ଖବର ଓଡିଶା : 19/03/2023:
ବୌଦ୍ଧ ଜିଲ୍ଲା ହରଭଙ୍ଗା ଅଞ୍ଚଳରେ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ଚଢ଼ାଉ କରି ଏସ୍ଟିଏଫ୍ ଗୋଟିଏ କଲରାପତାରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିବା ସହିତ ଜଣକୁ ଗିରଫ । ସୂଚନା ମୁତାବକ ବୌଦ୍ଧ ଜିଲ୍ଲାରେ ବନ୍ୟପ୍ରାଣୀ ଚମଡ଼ା କାରବାର ଚାଲିଥିବା ନେଇ ଏସଟିଏଫ ଖବର ପାଇ ଚାରିଛକରେ ୫ ଦିନ ହେଲା ଜଗି ରହିଥିଲା। ଗତକାଲି କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ସହାୟତାରେ ଏସ୍ଟିଏଫ୍ ହରଭଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଛତ୍ରଙ୍ଗରୁ ହରଭଙ୍ଗାକୁ ଯାଇଥିବା ରାସ୍ତାରେ ଏହି ଚଢ଼ାଉ ହୋଇଥିଲା। ବାଘ ଛାଲ ବିକ୍ରି ପାଇଁ ଡିଲ୍ ବେଳେ ଏସ୍ଟିଏଫ୍ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ବେଳେ କଲତାପତରିଆ ବାଘର ଛାଲ ସହିତ ଦୁଇଟି ହରିଣ ଛାଲ ଜବତ କରିଥିଲା। ଏଥିସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ନିକଟସ୍ଥ ହରଭଙ୍ଗା ଗାଁର ବାସିନ୍ଦା।