ଭୁବନେଶ୍ୱର: ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦିଲ୍ କି ବାତ୍ ଏବେ ଖୁବ ଚର୍ଚ୍ଚାରେ ରହିଛି । ରଣେନ୍ଦ୍ରଙ୍କ ଗତି କୁଆଡ଼େ ଏବେ ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । ଯଦି ସରକାର ମଦ ବନ୍ଦ କରିଦେବେ ତେବେ ସେ ତାଙ୍କ ସହିତ ଚାଲିଯିବେ ବୋଲି କହିଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ବଡ଼ ହଲଚଲ ସୃଷ୍ଟି ହୋଇଛି ।
ଗତକାଲି ଆଇନ ପ୍ରଣୟନ କାର୍ଯ୍ୟ ସମୟରେ ସରକାରଙ୍କ ତରଫରୁ ବିଧାନସଭାରେ ଉପସ୍ଥାପନ ଜନ ବିଶ୍ୱାସ ବିଲ୍ ୧୯୫୬ ଉପସ୍ଥାପନ କରାଯାଇଥିଲା । ଆଲୋଚନାରେ ଭାଗ ନେଇ ପ୍ରଥମେ ରଣେନ୍ଦ୍ର ସ୍ୱାଇଁ କହିଥିଲେ କହିଥିଲେ ଏହା ଜନ ବିଶ୍ୱାସଘାତକ ବିଲ୍ । ସେ ଏହି ବିଲକୁ ବିରୋଧ କରିଥିଲେ । କିନ୍ତୁ ଏହି ଆଲୋଚନା ବେଳେ ସେ କହିଥିଲେ ଯେ ମଦକୁ ବିରୋଧ କରିବାକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ଗୃହକୁ ନିବେଦନ କରିଥିଲେ । ସେହିପରି ଯେଉଁ ଲୁଟେରା ବିଦ୍ୟୁତରଣ ଶିଳ୍ପପତିମାନେ ଆସିଛନ୍ତି, ସିଏ ତମ ଯୋଗୁଁ ଆସନ୍ତୁ କିମ୍ବା ଆମ ଯୋଗୁଁ ଆସନ୍ତୁ, ସେହିଭଳି ଅମାନିଆ ଷଣ୍ଢମାନଙ୍କୁ ଯଦି ଭିତରେ ଭର୍ତ୍ତି କରିପାରିବେ ତାହାହେଲେ ମୁଁ ତମ ସାଙ୍ଗରେ ଚାଲିଯିବି । ଏହା ତାଙ୍କର ‘ଦିଲ୍ କି ବାତ୍’ ବା ହୃଦୟର କଥା ବୋଲି କହିଥିଲେ ।
ଗତ ମାସରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ରାଜା ସ୍ୱାଇଁ ଯୋଗ ଦେଇଥିଲେ । ଯାହାକୁ ନେଇ ଅନେକ ଆଲୋଚନା ହୋଇଥିଲା ।