ଭୁବନେଶ୍ୱର: ତାତିରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା, ଘଡ଼ଘଡ଼ି ହେଉଛି । ଆଜି ଓ ଆସନ୍ତାକାଲି ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସୂଚନା ମିଳିଛି । ରାଜ୍ୟରେ କୁଆପଥର ବର୍ଷା ମଧ୍ୟ ହେଉଛି । ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମ ଧରଣର ଓ କୁଆପଥର ବର୍ଷାକୁ ନେଇ ଜଗତସିଂହପୁର,କଟକ, ଢେଙ୍କାନାଳ, ଅନୁଗୁଳ ଦେଓଗଡ ଓ ସୁନ୍ଦରଗଡରେ ଅରେଞ୍ଜ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ।
ଗତକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହୋଇଥିଲା । କାଳବୈଶାଖୀରେ ହୋଇଥିବା ପବନ ଓ ବର୍ଷା କେତେ ଲୋକଙ୍କ ବାସସ୍ଥାନ ମଧ୍ୟ ଭାଙ୍ଗି ଦେଇଦେଇଛି । ଏଥିପାଇଁ ସତର୍କ ରହିବା ପାଇଁ ସୂଚନା ମଧ୍ୟ ଦିଆଯାଇଛି ।
୨୪ ତାରିଖ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନର ସମ୍ଭାବନା ନ ଥିବାବେଳେ ୨୫ ପରେ ପାଗରେ ପରିବର୍ତ୍ତନ ହୋଇପାରେ । କାଳବୈଶାଖୀ ପ୍ରଭାବ ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ସୂଚନା ମଧ୍ୟ ମିଳିଛି ।