ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ୧୯ରେ ରାଷ୍ଟ୍ରପତି ଏବଂ ୨୦ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଏ ନେଇ ମୟୁରଭଞ୍ଜ ସାଂସଦ ନବଚରଣ ମାଝୀ ସୂଚନା ଦେଇଛନ୍ତି ।
ଜୁନ୍ ୧୯ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୨୦ରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ରାଇରଙ୍ଗପୁର ଆସିବା ନେଇ ସୂଚନା ମିଳିଛି। ରାଇରଙ୍ଗପୁରରେ ନବନିର୍ମିତ ଷ୍ଟାଡିୟମ ଉଦଘାଟନ ଉତ୍ସବରେ ଯୋଗ ଦେବେ ବୋଲି କହିଛନ୍ତି । ରାଷ୍ଟ୍ରପତି ଭବନରୁ ଏହି ସୂଚନା ମିଳିଛି ।
ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ବିଜେପି ସରକାର ଦୁଇ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଓଡ଼ିଶା ଆସିବାକୁ ସହମତି ପ୍ରକାଶ କରିଛନ୍ତି ।