ଶିମିଳିପାଳ: ଶିମିଳିପାଳ ଜାତୀୟ ଅଭୟାରଣ୍ୟରୁ ଖୁସିର ଖବର ଆସିଛି । ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ଜିନ୍ନତ ମା ହୋଇଛି । ଜିନ୍ନତ ଗତ ମାସରେ ଚାରୋଟି ଶାବକ ଜନ୍ମ ଦେଇଥିବା ନିଜେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ସୂଚନା ଦେଇଛନ୍ତି ।
ଗତ ମେ ୨୮ ତାରିଖରେ କ୍ୟାମେରା ଜିନ୍ନତ ମାଆ ହୋଇଥିବାର ଟ୍ରାପ୍ କରାଯାଇଛି । ସେ ୪ ଟି ଛୁଆକୁ ଜନ୍ମ ଦେଇଛି । ଛୁଆ ଗୁଡ଼ିକୁ ୨୦ ଦିନ ହୋଇଛି । ଏହା ଶିମିଳିପାଳ ବନ ବିଭାଗ, ପଶୁ ପ୍ରେମୀ ଓ ବନ ବିଭାଗ ପାଇଁ ଏକ ବଡ଼ ସଫଳତା ଭାବେ ଗଣାଯାଉଛି ।
ସୂଚନା ଅନୁସାରେ, ମହାରାଷ୍ଟ୍ରର ତଡ଼ବା-ଅନ୍ଧାରି ବ୍ୟାଘ୍ର ପ୍ରକଳ୍ପରୁ ବାଘୁଣୀ "ଜିନ୍ନତ"କୁ ଅଣାଯାଇଥିଲା । ୨୦୨୪ ମସିହା ନଭେମ୍ବର ମାସରେ ଶିମିଳିପାଳ ଜାତୀୟ ଅଭୟାରଣ୍ୟକୁ ଅଣାଯାଇଥିଲା ।