ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଓଡ଼ିଶାରେ ପହଁଚିଛନ୍ତି । ମୋଦୀ ତାଙ୍କର ଜନ୍ମ ଦିନ ଅବସରରେ ପ୍ରଧାନମନ୍ତ୍ରୀ ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରିବା ସହିତ ପିଏମ ଆବାସ ଯୋଜନାରେ ଗୃହ ପ୍ରବେଶ କରାଇବେ । ଭୁବନେଶ୍ୱର ଗାଡ଼କଣ ଗ୍ରାମରେ ଶବର ସାହିରେ ସେ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଛନ୍ତି । ଏଥିପାଇଁ ସେଠାରେ ବ୍ୟାପକ ପ୍ରସ୍ତୁତ କରାଯାଇଛି । ଶବର ସାହିରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଗୁଡ଼ ଖିରୀ । ଏହାକୁ ତିଆରି କରିଛନ୍ତି ସାହିର ଅନ୍ତର୍ଜାନୀ ନାୟକ ।
ଓଡ଼ିଶାରେ ବିଜେପି ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ଆସିଛନ୍ତି । ଆଜି ପିଏମ୍ ଆବାସ ଯୋଜନାରେ ଘର ତିଆରି କରିଥିବା ଲୋକଙ୍କୁ ଗୃହ ପ୍ରବେଶ କରାଇଛନ୍ତି ମୋଦୀ । ମୋଦୀଙ୍କ ଗସ୍ତ ପାଇଁ ଗ୍ରାମରେ ନାହିଁ ନ ଥିବା ଉସ୍ଚାହ ଦେଖିବାକୁ ମିଳିଥିଲା । ଗାଡ଼କଣ ଗ୍ରାମରେ ଶବର ସାହି ଅନ୍ତର୍ଜାନୀ ନାୟକଙ୍କ ଘରକୁ ଯାଇଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀଙ୍କ ପାଦ ଧୋଇ, ଫୁଲ ପକାଇ ଏବଂ ଉତ୍ତରୀୟ ଦେଇ ପାଛୋଟି ନେଇଥିଲେ । କଳସ ରଖି ଘରକୁ ସଜାଇ ସ୍ୱାଗତ କରିଥିଲେ ।
ଅନ୍ତର୍ଜାନୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ତିଆରି କରିଥିବା ଗୁଡ଼ ଖିରୀ ଖାଇବାକୁ ଦେଇଥିଲେ । ମୋଦୀ ଏବଂ ମୋଦ ଖିରୀକୁ ଅତି ଶ୍ରଦ୍ଧାର ସହିତ ଖାଇଥିଲେ । ଏହା ସହିତ ମୋଦୀ ଆବାସ ହିତାଧିକାରୀଙ୍କ ସହିତ ମନଖୋଲି ଆଲୋଚନା କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ଆଜି ଜନତା ମଇଦାନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦୀ ସୁଭଦ୍ରା କିସ୍ତିର ଶୁଭାରମ୍ଭ କରିବେ । ଜନତା ମଇଦାନ ଲକ୍ଷାଧିକ ମହିଳାଙ୍କ ସମାଗମ ହୋଇଛି । ଏହା ସହିତ ଦଳର ସମସ୍ତ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହିଛନ୍ତି ।