ଭୁବନେଶ୍ୱର: ଆଜି ପୁଣି ଆରମ୍ଭ ହୋଇଛି ପଥ ଉତ୍ସବ । ଶୀତୁଆ ସକାଳରେ ପଥ ଉତ୍ସବ ପାଇଁ ଜମିଛି ଭିଡ଼ । ଚଳିତ ଥର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଖଣ୍ଡଗିରି ଜାଗମରାରେ ଏକ କିଲୋମିଟର ବ୍ୟାପୀ ପଥ ଉତ୍ସବ ଅନୁଷ୍ଠିତ ହୋଇଛି । ରାସ୍ତା ମଝିରେ ଖେଳ, ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ର ଅଙ୍କନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ବିଭିନ୍ନ ବର୍ଗର ଲୋକମାନେ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ ନିକଟରେ ପ୍ରବାସୀ ଭାରତୀୟ ଦିବସ ଶେଷ ହୋଇଥିବାରୁ ଅନେକ ପ୍ରବାସୀ ଏବେବି ଭୁବନେଶ୍ୱରରେ ଅଛନ୍ତି । ସେମାନେ ମଧ୍ୟ ପଥ ଉତ୍ସବ ଦେଖିବାକୁ ଯାଇପାରନ୍ତି ।
ଗତ ରବିବାର ମାଷ୍ଟରକ୍ୟାଣ୍ଟିନ୍ ଛକ ଠାରୁ ରାମ ମନ୍ଦିର ଯାଏ ପଥ ଉତ୍ସବ କରାଯାଇଥିଲା । ପଥ ଉତ୍ସବ ପାଇଁ ତିନୋଟି ସ୍ଥାନ ସ୍ଥିରୀକୃତ ହୋଇଥିଲା । ମାଷ୍ଟରକ୍ୟାଣ୍ଟିନ୍ ଛକରୁ ରାମ ମନ୍ଦିର, ଜାଗମରାରୁ , ଶିଖରଚଣ୍ଡୀ ପାହାଡ଼ରୁ ଇନଫୋସିଟି ଏବଂ ଜାଗମରାରେ ପଥ ଉତ୍ସବ ଆୟୋଜିତ ହେବ ।