ସମ୍ବଲପୁର : ଆସନ୍ତାକାଲି ଠାରୁ ପ୍ରୟାଗରାଜ ଠାରେ ପବିତ୍ର କୁମ୍ଭ ମେଳା ଆରମ୍ଭ ହେବ। ଏନେଇ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆଜି ଠାରୁ ସ୍ୱତନ୍ତ୍ର ବସ୍ ସେବା ଚଳାଚଳ ଶୁଭାରମ୍ଭ କରାଯାଇଛି । ସମ୍ବଲପୁର ଅଇଁଠାପାଲି ବସଷ୍ଟାଣ୍ଡ ଠାରୁ ୨ଗୋଟି ସ୍ୱତନ୍ତ୍ର ବସକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ସମ୍ବଲପୁର ଜିଲ୍ଲାପାଳ ଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ । ସପ୍ତାହରେ ୨ ଦିନ ବସ ଚଳାଚଳ କରିବାକୁ ଯୋଜନା ଥିବା ବେଳେ ମହିଳା ଙ୍କ ପାଇଁ ୫୦ ପ୍ରତିଶତ ରିହାତି ସୁବିଧା ରହିଛି । ଏଥିସହ ବସ୍ ରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ଥିବା ସହ ଯାତ୍ରୀଙ୍କ ପାଇଁ ଖାଇବା, ଶୋଇବା, ରହିବା ବ୍ୟବସ୍ଥା କରାଯାଇଛି । ତେବେ ସୁରୁଖୁରୁରେ ଯାତ୍ରୀଙ୍କ ଯାତାୟାତ ତଥା କୁମ୍ଭ ମେଳାରେ ସମସ୍ତ ସୁବିଧା କରାଇବା ପାଇଁ ଏକ ଗାଇଡ଼ଙ୍କୁ ନିୟୋଜିତ କରାଯାଇଛି ।