ପଟାମୁଣ୍ଡାଇ : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗଭୀର ସମୁଦ୍ର ମଧ୍ୟରେ ଗୁଳି ଫୁଟିଲା । ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରକୁ ମାଛ ମାଫିଆଙ୍କ ସଂଘବଦ୍ଧ ଆକ୍ରମଣ। ସମୁଦ୍ରରେ ବେଆଇନ ଭାବେ ମାଛ ମାରୁଥିବା 'ତାରିଣୀ-୩' ଟ୍ରଲର ସହିତ ୯ ଜଣ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିବା ସମୟରେ ବନବିଭାଗର କର୍ମଚାରୀଙ୍କ ଉପରକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ମାଛ ମାଫିଆମାନେ ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ଜୋର୍ ଜବରଦସ୍ତ ବନ କର୍ମଚାରୀଙ୍କଠାରୁ ମୁକୁଳାଇ ନେଇଛନ୍ତି।
ଯାହା ପ୍ରାଥମିକ ସୂଚନା ରହିଛି ତିନୋଟି ଟ୍ରଲରରେ ୯ ଜଣ ମତ୍ସ୍ୟଜୀବି ବେଆଇନ ଭାବେ ମାଛ ଧରୁଥିଲେ । ଏହି ସମୟରେ ପାଟ୍ରୋଲିଂ କରୁଥିବା ବେଳେ ଧରିଥିଲେ ବନବିଭାଗ କିନ୍ତୁ ପାଲଟା ଆକ୍ରମଣ କରିଥିଲେ ମାଛ ମାଫିଆ ।