ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ବିଜେପି ବାଜିମାତ୍ କରିଛି। ୮୩ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ବିଜେପିର ଜୟ ଢୋଲକିଆ। ବିଜେପିର ବିରାଟ ବିଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ପ୍ରକଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବିହାର ଓ ନୂଆପଡା ନିର୍ବାଚନ ଫଳାଫଳକୁ ନେଇ ସୋସିଆଲ ମିଡିଆରେ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।
ସେ କହିଛନ୍ତି, ବିଜେପିର "ବିପୁଳ ଭୋଟ୍ରେ ବିଜେପିକୁ ଜିତାଇଥିବାରୁ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ।" ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଲୋକଙ୍କ ସେବା ଉତ୍ତମ ଭାବେ କରିବେ ବୋଲି ଆଶା କରିଛନ୍ତି। ଦଳକୁ ବିଜୟୀ କରିବା ଲାଗି ଦିନରାତି କାମ କରିଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।
ଅଧିକ ପଢନ୍ତୁ: ବିଜେପି ପାଳିଲା ବିଜୟ ଉତ୍ସବ; ମୁଖ୍ୟମନ୍ତ୍ରୀ କହିଲେ, ଫଳାଫଳ ହେଲା ଐତିହାସିକ, ଇତିହାସ ସୃଷ୍ଟି କଲେ ନୂଆପଡ଼ାବାସୀ
ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ ଏବଂ ବିଜୟ ହାସଲ ଓଡ଼ିଶାର ରାଜନୈତିକ ଚିତ୍ରପଟ୍ଟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏହି ବିଜୟ ମୋହନ ମାଝୀ ସରକାରଙ୍କ ନୀତି, ଆଦର୍ଶ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସକୁ ପ୍ରମାଣିତ କରୁଛି।