ଭୁବନେଶ୍ୱର: ବଡ଼ ବିଜୟ ସହିତ ଜୟ ଢୋଲକିଆ ନୂଆପଡ଼ାର ନୂଆ ନେତା ହୋଇଛନ୍ତି। ଜୟ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ ତଥା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଆଉ ଏହି ବିଜୟ ପରେ ନୂଆପଡାଠୁ ନେଇ ଭୁବନେଶ୍ୱର ଯାଏ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ନୂଆପଡାର ଏହି ଐତିହାସିକ ବିଜୟ ପାଇଁ ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀ ଓ ସମର୍ଥକ ବାଜା ବଜାଇ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛନ୍ତି।
ଅଧିକ ପଢନ୍ତୁ: ଭୋଟ୍ ପୋଛି ନେଲେ ଜୟ, ନୂଆପଡ଼ା ଦଖଲ କଲା ବିଜେପି
ଭୁବନେଶ୍ୱର ବିଜେପି କାର୍ଯ୍ୟାଳରେ ବିଜୟ ଉତ୍ସବ ପାଳନ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଉପସ୍ଥିତ ଅଛନ୍ତି। ନୂଆପଡାର ବିପୁଳ ବିଜୟରେ ମୁଖ୍ୟମନ୍ତ୍ରୀ ନୂଆପଡାବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, "ନୂଆପଡା ଫଳାଫଳ ଐତିହାସିକ'। ନୂଆପଡା ବିକାଶର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଏହି ବିଜୟ ନୂଆପଡାବାସୀଙ୍କ ବିଜୟ ବୋଲି କହିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। ଏହି ବିଜୟ ବିଶ୍ବାସ ଓ ବିଶ୍ବସନୀୟତାର ବିଜୟ। ନୂଆପଡ଼ାବାସୀ ଇତିହାସ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ମନମୋହନ ସାମଲ।
ଅଧିକ ପଢନ୍ତୁ: ବାପାଙ୍କ ଆସନ ବଞ୍ଚାଇଲେ ଜୟ ଢୋଲକିଆ; ବିରାଟ ବିଜୟ ପରେ କହିଲେ, "ନୂଆପଡ଼ାବାସୀଙ୍କ ବିଶ୍ଵାସ କେବେ ଭାଙ୍ଗିବାକୁ ଦେବିନି"