ସାରା ଓଡ଼ିଶାରେ ଶୀତ ଲହରୀ ଜାରି ରହିଛି। ଥଣ୍ଡାର ପ୍ରକୋପ ସାଙ୍ଗକୁ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡ଼ି ତୀବ୍ର ହୋଇଛି।। କୁହୁଡି ପାଇଁ ଦୈନନ୍ଦିନ ଜୀବନ ଏବଂ ବାହ୍ୟ କାର୍ଯ୍ୟକଳାପକୁ ବ୍ୟାହତ କରିଛି। ଏପରିକି ପ୍ରବଳ ଶୀତରେ ବାହାରକୁ ପାଦ ଦେବା କଷ୍ଟକର ହେଉଛି। ଦୀର୍ଘଏକ ମାସରୁ ଊର୍ଦ୍ଧ୍ବ ସମୟ ହେବ ରାଜ୍ୟରେ ଶୀତ ଲହରୀ ସହ ତୁଷାରପାତ ଜାରି ରହିଛି। ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି। ହାତଗୋଡ଼ କାଳ ମାରୁଛି। ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି। ରାତି ଯେତେ ବଢୁଛି ଜାଡ଼ ସେତେ ଅଧିକ ହେଉଛି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦଶଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଦାମନଯୋଡିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୨.୯°C ରେକର୍ଡ କରାଯାଇଛି।
କୋରାପୁଟର ସେମିଲିଗୁଡ଼ା ,୩.୯°C ସହିତ ଦ୍ୱିତୀୟ ସ୍ଥାନରେ ଥିଲା। ତା’ପରେ ଲମତାପୁଟରେ ୪.୩°C ଏବଂ ନନ୍ଦପୁରରେ ୪.୬°C ଥିଲା। ଏହା ପରେ ଉଦୟଗିରିରେ ୫°C, କୋରାପୁଟରେ ୬.୪°C, ଫୁଲବାଣୀରେ ୭.୫°C, ଦାରିଙ୍ଗବାଡିରେ ୮°C, ଝାରସୁଗୁଡ଼ାରେ ୮.୨°C, ଚିପିଲିମାରେ ୮.୪°C, କିରେଇରେ ୯.୩°C, ନବରଙ୍ଗପୁରରେ ୯.୮°C ଏବଂ ସୁନ୍ଦରଗଡ଼ରେ ୧୦°C ତାପମାତ୍ରା ରେକର୍ଡ କରାଯାଇଛି। ଅନ୍ୟ ଛଅଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦°C ରୁ ୧୨°C ମଧ୍ୟରେ ରେକର୍ଡ କରାଯାଇଛି। ପାଣିପାଗ ବିଶେଷଜ୍ଞମାନେ ଆଶା କରୁଛନ୍ତି ଯେ ଆଗାମୀ ସପ୍ତାହରେ ପାରଦ ଆହୁରି ହ୍ରାସ ପାଇବ।
ଅଧିକ ପଢନ୍ତୁ: ଉତ୍ତର ଭାରତରେ ଶୀତ ଲହରୀ ଜାରି: ଦିଲ୍ଲୀ-ଏନସିଆର ଏବଂ ଉତ୍ତର ପ୍ରଦେଶରେ ଘନ କୁହୁଡ଼ି