ଭୁବନେଶ୍ୱର : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୬ ଇଂରାଜୀ ନୂଆ ବର୍ଷ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଚିତ୍ରିତ ସୁଦୃଶ୍ୟ କ୍ୟାଲେଣ୍ଡର ପ୍ରକାଶ ପାଇଛି l
କ୍ୟାଲେଣ୍ଡର ଗୁଡ଼ିକର ପ୍ରଥମ କପିକୁ ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହୋଇଛି । ଏହି ଦେବାର୍ପଣ ପରେ ଗୁରବାର ଉଭୟ କ୍ୟାଲେଣ୍ଡରକୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚିତ କରିଛନ୍ତି l ଉଭୟ କ୍ୟାଲେଣ୍ଡରରେ ରହିଛି ଓଡିଶାର ସଂସ୍କୃତି ଯେପରି ବାଲୁକା କଳା, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ ଏବଂ ପାରମ୍ପରିକ ପଥର ଖୋଦେଇ ଚିତ୍ର । ଏହି ମାଧ୍ୟମରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ରଥଯାତ୍ରା ସମ୍ବନ୍ଧୀୟ ଭବ୍ୟ ଚିତ୍ର ଗୁଡ଼ିକ ଉପସ୍ଥାପିତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ଡାଏରୀ ମଧ୍ୟ ଉନ୍ମୋଚିତ କରିଥିଲେ ।
ଏହି ବିଶେଷ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଆଗାମୀ ଦୁଇ ତିନି ଦିନ ପରେ ପୁରୀ ଓ ଭୁବନେଶ୍ୱରସ୍ଥିତ ଶ୍ରୀମନ୍ଦିର ସୂଚନା କେନ୍ଦ୍ର ଗୁଡ଼ିକରେ ଏହି କ୍ୟାଲେଣ୍ଡର ଶ୍ରଦ୍ଧାଳୁମାନଙ୍କୁ ବିକ୍ରୟ ନିମନ୍ତେ ଉପଲବ୍ଧ ହେବ ବୋଲି ସୂଚନା ରହିଛି ।